ସମନ୍ୱତ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ ସମାରୋହ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ ସୁବର୍ଣ୍ଣପୁରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ “କ୍ରୀଡ଼ା, ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ଏକ ସମନ୍ୱିତ ସମାରୋହ -୨୦୨୩ ର ଦ୍ୱିତୀୟ ଦିବସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସାଂସ୍କୃତିକ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ନମିତା ରଥ ଓ ସାମାଜିକ କାର୍ଯ୍ୟକଳାପ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସୌମିତ୍ରୀ ପଧାନ ଯୋଗଦେଇ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ନୋଡ଼ାଲ୍ ଅଫିସର୍ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର । ଅଧ୍ୟାପକ ଅଧ୍ୟାପିକାମାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠାନରେ ଗଠିତ ହୋଇଥିବା ବିଭିନ୍ନ କମିଟିର ଛାତ୍ରଛାତ୍ରୀଙ୍କ ସହଯୋଗରେ ଦ୍ବିତୀୟ ଦିବସରେ ଅନୁଷ୍ଠିତ ଓଡ଼ିଆ ତର୍କ ପ୍ରତିଯୋଗିତାର ବିଷୟ “ଆମ ଓଡ଼ିଶା ନୂତନ ଓଡ଼ିଶା” ଥିଲା ବେଳେ ସଂଗୀତ ଓ ମନୋ ଏକ୍ସନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.