oom

ତୁରେକେଲା କ୍ଲଷ୍ଟରସ୍ତରୀୟ ସୁରଭି ଓ ମିଲେଟ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ତୁରେକେଲା କ୍ଳଷ୍ଟର ଅନ୍ତର୍ଗତ ବାଗବେଲରେ ଆଦ୍ୟ ମଙ୍ଗଳବାର ଦିନ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ସୁରଭି ଓ ମିଲେଟ ମିଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୀତାମ୍ବର ଲୁହା, ପ୍ରାଧାନ ଶିକ୍ଷକ ସଭାପତି, ଜୟନ୍ତ କୁମାର ପ୍ରଧାନ, ବ୍ଳକ ଶିକ୍ଷା ଅଧିକାରୀ ମୁଖ୍ୟ ଅତିଥି, ଫକୀର ଚରଣ ବିଶି, ବିଆର୍‌ସିସି, ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ସଂଗୀତ, ବକ୍ତୃତା, ପ୍ରବନ୍ଧ, ବିତର୍କ, କୁଇଜ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ପୁରସ୍କୃତ କରାଯାଇଥିଲା ।ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ବ୍ଲକ ସ୍ତରରେ ଅଂଶ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷୟିତ୍ରୀ କୁନି ମହାରଣା, ଶୁଭଦୀପ୍ତା ଦାଶ, ସୁଦୀପ୍ତା ଜେନା, ସୁପ୍ରଭା ବରାଳ, ସୁଭଦ୍ରା ମେହେର, ଶିକ୍ଷକ ସୁରୁମଣି ମେହେର, ପ୍ରଫୁଲ୍ଲ ମାଝୀ, ବିମଳ ଧରୁଆ, ରାଜୀବ ଦାସ, ଡମ୍ବରୁ ମେହେର, ଦେବ ବଗର୍ତ୍ତୀ, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର କର୍ମକର୍ତ୍ତା ବିଜୁଦାସ ମହାନନ୍ଦ, ସୋନାଲି ସାହ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.