ତାଲୁକ ଆଇନ ସହାୟତା କମିଟି ଦ୍ୱାରା ଆଇନ ସଚେତନତା ଶିବିର

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟ ପରିସରରେ ଗୁରୁବାର ଅପରାହ୍ନ ସାଢେ ଚାରିଟାରେ ତାଲୁକ ଆଇନ ସହାୟତା କମିଟି ଦ୍ୱାରା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ତାଲୁକ ଆଇନ ସହାୟତା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ଶିବିରରେ ସମ୍ମାନିତ ଅତିଥି ଭାବେ ସବଜଜ୍‌ ପରିତୋଷ ସେଠି, ଜେଏମ୍‌ଏଫ୍‌ସି ରାହୁଲ କୁମାର ଜେନା ମଂଚାସୀନ ଥିଲେ । ମଂଚାସୀନ ଜଜ୍‌ମାନଙ୍କ ଦ୍ୱାରା ବିଭିନ୍ନ ଆଇନ ଉପରେ ସଚେତନ କରିଥିଲେ । ଏହି ସଚେତନତା ଶିବିରରେ ବରିଷ୍ଠ ଆଇନଜୀବୀ ବିଷ୍ଣୁପ୍ରସାଦ ଶର୍ମା, ଆଇନଜୀବୀ ଦେବାଶିଷ ମିଶ୍ର ମଧ୍ୟ ନିଜର ଅଭିଜ୍ଞତା ଉପରେ ମତ ରଖିଥିଲେ । ଶିବିରରେ କଂଟାବାଂଜି ଓକିଲ ସଂଘର ସଭ୍ୟା/ସଭ୍ୟ, କର୍ମଚାରୀ, ଟିଏଲ୍‌ସି ମେମ୍ବର ସାମିଲ ଥିଲେ ।

Leave A Reply

Your email address will not be published.

error: Content is protected !!