oom

ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ସଇଁନ୍ତଲା, (ପ୍ରଶା‌ନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଅନ୍ତର୍ଗତ ବଡବନ୍ଧ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲ ଠାରେ ସ୍କୁଲର ପ୍ରଧାନ ଶିକ୍ଷକ ନବୀନ ମେହେରଙ୍କ ସଭାପତିତ୍ବ ମୋ ସ୍କୁଲ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଓ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଉକ୍ତ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସ୍କୁଲର ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇ ଥିଲା । ଉକ୍ତ କାର୍ୟ୍ୟକ୍ରମରେ ସ୍କୁଲର ସହକାରୀ ଶିକ୍ଷକ ଗୋପାଳ ସାହୁ ମୋ ସ୍କୁଲ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସହକାରୀ ଶିକ୍ଷକ ସନାତନ ମେହେର ସ୍କୁଲର କିପରି ସ୍ୱଚ୍ଛ ଓ ଆଦର୍ଶ ହୋଇପାରିବ ଏବଂ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ସ୍କୁଲକୁ ଆସି ସମସ୍ତ କାର୍ୟ୍ୟରେ ସହଯୋଗ କରିବା ଆବଶ୍ୟକ ବୋଲି ମତାମତ ରଖିଥିବା ବେଳେ ସମସ୍ତେ ସ୍ଵାଗତ କରିଥିଲେ । ମୋ ସ୍କୁଲ କାର୍ୟ୍ୟକ୍ରମର ପ୍ରଥମ ପର୍ୟ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କ ମତାମତ କ୍ରମେ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଂକୁ ସଭାପତି ଦାୟିତ୍ୱ ପ୍ରଦାନ କରାଯିବା ସହ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମେହେର ଓ ଶ୍ରୀ ପ୍ରଧାନଙ୍କ ନାମରେ ବଡବନ୍ଧ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଏକ ଜଏଣ୍ଡ ପାସ ବହି ଖୋଲାଯାଇଛି । ପରେ ପରେ ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍କୁଲର ଉନ୍ନତି ପାଇଁ କିଛି ଆର୍ଥିକ ସାହାଯ୍ୟ କରିବା ସହ ଉକ୍ତ ଜମା ଖାତାରେ ଜମା କରିବା ସହ ଆବଶ୍ୟକ ହେଲେ ତାହା ସ୍କୁଲର ଉନ୍ନତି ମୁଳକ କାର୍ୟ୍ୟର ଳଗାଯିବା ପାଇଁ ଛାତ୍ରଛାତ୍ରୀ ମାନେ ମତମତ ରଖିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ପୂର୍ଣଚନ୍ଦ୍ର ହାଇସ୍କୁଲର ସମସ୍ତ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିବା ବେଳେ ଖେଳ ଶିକ୍ଷକ ଉମେଶ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.