ନୂଆଦିଲ୍ଲୀ : ଭାରତ ବନ୍ଦ ହେବାର ଗୋଟିଏ ଦିନ ପରେ ଆଜି ବୁଧବାର ଅନୁଷ୍ଠିତ ହେବାକୁ ଥିବା ନୂତନ କୃଷି ଆଇନ ଉପରେ କୃଷକ ଏବଂ ସରକାରଙ୍କ ମଧ୍ୟରେ ଷଷ୍ଠ ରାଉଣ୍ଡ ଆଲୋଚନାକୁ ସ୍ଥଗିତ ରଖାଯାଇଛି । କୁହାଯାଇଛି, ଗୁରୁବାର ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଏହି ସମୟରେ କୃଷି ଆଇନକୁ ବିରୋଧ କରି ୧୪ ଦିନରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି ଏବଂ କୃଷକମାନେ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି । ଏହି କାରଣରୁ ହରିୟାଣା ଏବଂ ଉତ୍ତରପ୍ରଦେଶକୁ ଲାଗିଥିବା ଦିଲ୍ଲୀର ସୀମା ଆଜି ମଧ୍ୟ ବନ୍ଦ ରହିବ ।
ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ କୃଷି ଆଇନକୁ ବିରୋଧ କରି ଏକ ନୂତନ ମୋଡ଼ ଆସିଥିଲା, ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ୧୩ ଜଣ କୃଷକ ନେତାଙ୍କ ବୈଠକ ପାଇଁ ହଠାତ୍ ଖବର ଆସିଥିଲା । ୮ ଜଣ କୃଷକ ନେତା ପଞ୍ଜାବର ଓ ଆଉ ପାଞ୍ଚ ଜଣ ଦେଶର ଅନ୍ୟ କୃଷକ ସଂଗଠନ ସହିତ ଜଡିତ ନେତା ଏଥିରେ ସାମିଲ୍ ରହିଥିଲେ । ରାତି ଆଠଟାରୁ ସଭା ଆରମ୍ଭ ହୋଇଥିଲେ ବି ଏହି ବାର୍ତ୍ତାଳାପ ସ୍ପଷ୍ଟ ହୋଇନାହିିଁ । ତଥାପି ଆଜି ସରକାର ସଂଶୋଧିତ ପ୍ରସ୍ତାବ ଦେବେ ବୋଲି ଜଣାପଡ଼ିଛି ।