oom

ଅଭିନେତା ନେତ୍ରାନନ୍ଦ ବାରିକଙ୍କ ବିୟୋଗରେ ଶୋକପ୍ରାର୍ଥନା

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସଂଧ୍ୟାରେ ମହାନଦୀ ସାହିତ୍ୟ ସଂସଦ, ପଏଁରୀ ଓ ଭୀମଭୋଇ କଳାପରିଷଦ, ନାଟ୍, ଇଂକଫେଷ୍ଟ ଓ ସୃଜନ ସ୍ବର୍ଣ୍ଣିମା, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ପ୍ରଭାସ ଲଜ, କନଫରେନ୍ସ୍ ହଲ୍ ରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ ଚଳଚିତ୍ର ଓ ମଂଚ ଅଭିନେତା, ନାଟ୍ୟ ନିର୍ଦେଶକ, ଗୀତିକାର ତଥା କବିି ନେତ୍ରାନନ୍ଦ ବାରିକଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଅଭିନେତା ନେତ୍ରାନନ୍ଦ ବାରିକଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଏକମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା । ଉକ୍ତ ସଭାରେ ଉପ ସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ର, ସାଧାରଣ ସଂପାଦକ ସଂଜୀବ କୁମାର ନାୟକ, ଅଧ୍ୟାପକ ଡକ୍ଟର ସୌରଭ ରଂଜନ ଖମାରୀ, ବନମାଳି ପଣ୍ଡା, ପ୍ରଦ୍ୟୁମ୍ନ କୁମାର ସାହୁ, ଚୌଧୁରୀ ବିଭାର, ଉମେଶ କୁମ୍ଭାର, ପଦ୍ମଲୋଚନ ସାହୁ, ଅବିନାଶ ହୋତା, ଗୌରୀ ଶଂକର ରଥ ଉପସ୍ଥିତ ରହି ତାଂକର ଅଭିନୟ ତଥା ସାଂଗଠନିକ ଜୀବନର ସ୍ମୃତିଚାରଣ କରିଥିଲେ ।

jittmm
Leave A Reply

Your email address will not be published.