ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦେଶ ରେ ପ୍ରତ୍ୟେକ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା କୁ ଘୋଷଣା କରି ଥିବା ବେଳେ ପ୍ରଶାସନର ଦୁର୍ବଳତା ହେତୁ ଅନେକ ହତାଧିକାରୀ ଠିକ୍ ସମୟରେ ଘର ପାଇ ପାରୁନାହାନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତର ବିଧବା ମହିଳା ସୁବାସିନୀ ଜାଲଙ୍କୁ କେବେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ । ସେ ବହୁ ବର୍ଷରୁ ସ୍ୱାମୀଙ୍କୁ ହରାଇ ଭଙ୍ଗା ଦଦରା ଛପର ଘରେ ରହି ଦିନ କାଟୁଛନ୍ତି । ସବୁଠାରୁ ବଡ଼ କଥା ହେଲା, ତାଙ୍କର ଘରଟି ପଞ୍ଚାୟତ ଅଫିସ ସାମ୍ନାରେ ଅଛି, କିନ୍ତୁ ପଞ୍ଚାୟତ ପ୍ରଶାସନର ଦୃଷ୍ଟି ପଡୁ ନାହିଁ ବିଧବା ମହିଳା ସୁବାସିନୀ ଜାଲଙ୍କ ବର୍ତ୍ତମାନ ଅବସ୍ଥା ଉପରେ । ୨୦୧୧ ଅର୍ଥନୈତିକ ଜନଗଣନା ଅନୁସାରେ ଏସିସି ତାଲିକା ଲିଷ୍ଟରେ ତାଙ୍କର ନାମ ଅଛି । ପଞ୍ଚାୟତ ପ୍ରଶାସନକୁ ବାରମ୍ବାର ଗୁହାରି କରିବା ସତ୍ୱେ ପଞ୍ଚାୟତ ପ୍ରଶାସନ ଶୁଣି ବି ନ ଶୁଣିଲା ପରି ହେଉଛନ୍ତି । ବିଧବା ମହିଳା ସୁବାସିନୀ ଜାଲଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଜନସାଧାରଣରେ ଦାବୀ ହେଉଛି । ପଦ୍ମପୁର ଉପଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି ।
Prev Post