କେନାଲକୁ ଖସିଲା ବରଯାତ୍ରୀ ଗାଡି, ୬ ମୃତ

ସମ୍ବଲପୁର : ସମ୍ବଲପୁର ପରମାଣପୁରରେ ଗତକାଲି ବିଳମ୍ବିତ ରାତିରେ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ବଡଧରା ଗାଁରୁ ଏକ ବରଯାତ୍ରୀ ଦଳ ପରମାଣପୁର ଗାଁକୁ ଆସିଥିଲେ । ଫେରିବା ବେଳେ ପରମାଣପୁର ନୂଆମୁଣ୍ଡା ଶାସନ କେନାଲକୁ ଗାଡିଟି ଖସି ଓଲଟି ପଡିଥିଲା ।

ଫଳରେ ପାଣିରେ ବୁଡି ୬ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ମୃତକମାନେ ସମସ୍ତେ ବଡଧରା ଗାଁର । ସେମାନଙ୍କୁ ପୁଲିସ ଉଦ୍ଧାର କରି ମୃତକଙ୍କୁ ସଦର ଡାକ୍ତରଖାନାକୁ ଆଣିବା ପରେ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲକୁ ନିଆଯାଇଛି ।

Leave A Reply

Your email address will not be published.