ଶ୍ରୀକ୍ଷେତ୍ରରେ ହକି ବିଶ୍ୱକପ୍‌ ଟ୍ରଫିକୁ ଭବ୍ୟ ସ୍ୱାଗତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀକ୍ଷେତ୍ରରେ ମଙ୍ଗଳବାର ହକି ବିଶ୍ୱକପ୍‌ ଟ୍ରଫିକୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ସମେତ ଜିଲ୍ଲାବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ସକାଳ ୭ଟା ୩୦ରେ ଏକ ଶୋଭାଯାତ୍ରାରେ ସର୍କିଟ ହାଉସଠାରୁ ବେଳାଭୂମିକୁ ଟ୍ରଫି ଅଣାଯାଇଥିଲା । ସେଠାରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଓ ମାଲଖମ୍ବ କ୍ରୀଡ଼ା ପ୍ରଦର୍ଶନ କରାଯାଇଥିଲା । କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟମାନେ ଟ୍ରଫିକୁ ସ୍ୱାଗତ କରିଥିଲେ । ପରେ ଟ୍ରଫିକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ସେଠାରେ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟଙ୍କ ପକ୍ଷରୁ ଖଣ୍ଡୁଆ ପାଟ ଅର୍ପଣ ସହ ସ୍ୱାଗତ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!