ସାଇଟ୍‌ ସଦାଇପାଲି ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସାଇଟ୍‌ ସଦାଇପାଲି ଠାରେ ଆଜି ୭୪ ତମ ସ୍ୱାଧୀନତା ଦିବସ ସାମାଜିକ ଦୁରତ୍ୱ ଏବଂ କୋଭିଡ୍‌ -୧୯ର ନିୟମାନୁସାରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସାଇଟ୍‌ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଲନ କରିଥିଲେ । ସାଇଟ୍‌ ନର୍ସିଂର ଅଧ୍ୟାପିକାମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଏହି ଅବସରରେ ସାଇଟ୍‌ ସମ୍ପାଦକ ଇଂ.ନାରାୟଣ ପ୍ରସାଦ ମିଶ୍ର, ସାଇଟ ଡିପ୍ଲୋମା ଅଧ୍ୟକ୍ଷା ନମିତା ପଟେଲ, ସୁୁଶ୍ରୀ ଆଇଟିଆଇ ଅଧ୍ୟକ୍ଷ ଇଂ. ସନ୍ତୋଷ କୁମାର ବ୍ରହ୍ମା, ସାଇଟ ନର୍ସିଂ ଅଧ୍ୟକ୍ଷା ସ୍ନିଗଧା ମିନତି ଦାନୀ, ସାଇଟ ନର୍ସିଂ ପ୍ରଶାନିକ ଅଧିକାରୀ ଡ. ସିଦେ୍ଧଶ୍ୱର ମିଶ୍ର, ସୁଲୋଚନା ଦେବୀ ଶିଶୁ ମନ୍ଦିର ପ୍ରଧାନ ଶିକ୍ଷକ ଗରୁଡଧ୍ୱଜ ସାଏ, ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟଳୟ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ । ସାଇଟ ଡିପ୍ଲୋମା ଇଂଜିନିୟରିଂ, ସୁଶ୍ରୀ ଡିଏମଏଲଟି, ଡିଏମଆରଟି, ବିଏସସି ନର୍ସିଂ, ଜିିଏନଏମ ନର୍ସିଂ, ଏଏନଏମ ନର୍ସିଂ, ସୁୁଶ୍ରୀ ଆଇଟିଆଇ, ପଲ୍ଲିଶୀ ହାଇସ୍କୁଲ, ସୁଲୋଚନା ଦେବୀ ଶିଶୁ ମନ୍ଦିରର ଅଧ୍ୟାପକ ଅଧ୍ୟାପିକା ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ରାମଜୀ ଯୁବକ ସଂଘ ସଭାପତି ଡ.ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.