csstore

ନକଲି ସୁନାର କମାଲ୍‌ : ବ୍ୟାଙ୍କରେ ବନ୍ଧକ ରଖି କୋଟି କୋଟି ଟଙ୍କାର ଋଣ ଠକେଇ

ସୁରଟ : ନକଲି ସୁନାର କମାଲ୍‌ ଶୁଣିଲେ ତାଜୁବ୍‌ ହୋଇଯିବେ । ନକଲି ସୁନା ବ‌ନ୍ଧକ ରଖ କୋଟି କୋଟି ଟ‌ଙ୍କାର ଋଣ ଠକେଇ ହୋଇଥିବା ଭଳି ଏକ ଗୁରୁତର ଅଭିଯୋଗ ସାମ୍‌ନାକୁ ଆସିଛି । ଗୁଜୁରାଟର ସୁରଟରେ ନକଲି ସୁନା ଦେଇ ୩୦ ଜଣ ଗ୍ରାହକ ୪୧ ଥର ସୁନା ବନ୍ଧକ ରଖି ଋଣ ନେଇଥିବା ଜଣାପଡ଼ିଛି । ଅଧିକାରୀମାନେ ଏ ବିଷୟରେ ଜାଣିବା ପରେ ମୁ‌ଣ୍ଡରେ ହାତ ଦେଇଛ‌ନ୍ତି । ଏହି ଘଟଣାରେରେ ସୁରଟ କ୍ରାଇମ୍ ବ୍ରାଞ୍ଚ ବିଶାଲ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ଓ ତଦ‌ନ୍ତ ଜାରି ରଖିଥିବା କୁହାଯାଇଛି । ଆଇସିଆଇସିଆଇ ବ୍ୟାଙ୍କର ମାସିକ ଅଡିଟ୍‌ ବେଳେ ଏହି ଗ୍ରାହକଙ୍କ ଦ୍ୱାରା ବ୍ୟାଙ୍କ ତିନୋଟି ଅଲଗା ଅଲଗା ବ୍ରାଂଚରୁ ଋଣ ନେବା କଥା ଜଣା ପଡିଯିବା ପରେ ବ୍ୟାଙ୍କ ନିଜ ବାଟରେ ଯାଞ୍ଚ ଆରମ୍ଭ କରିଥିଲା ଏବଂ ଏହି ଘଟଣା ସାମ୍ନାକୁ ଆସିଥିଲା ବୋଲି ଚ‌ର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.