ପିପିଲିରେ ଯୁବକଙ୍କୁ ଗୁଳିମାଡ଼

ପୁରୀ, (ଦିଲ୍ଲୀପ କୁମାର ଡଧାଉଡିଆ) : ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ବଜାରରେ ସୋମବାର ଗୁଳିମାଡ଼ ହୋଇଛି । ଗୁଳି ମାଡ଼ରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସେ ହେଲେ ସନାତନ ପ୍ରଧାନ । ତାଙ୍କ ଘର ପିପିଲି ଥାନା ଉଜାଣିପ ଗ୍ରାମରେ । ତାଙ୍କ ଜଙ୍ଘରେ ଗୁଳି ବାଜିଥିବା ଜଣାପଡ଼ିଛି । ପିପିଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.