oom

ଆସନ୍ତା ନଭେମ୍ବର ୭ରେ ସିଭିଲ ଟାଉନସିପ ବୋଇତ ବନ୍ଦାଣ ଉତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରଥମ କରି ଗଠିତ ହୋଇଥିବା ସିଭିଲ ଟାଉନସିପ ସାଂସ୍କୃତିକ ପରିଷଦର ପ୍ରଥମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ନଭେମ୍ବର ୭ ତାରିଖ ଦିନ ସଂଧ୍ୟାରେ ମଡର୍ଣ୍ଣ ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହେବ । ଏନେଇ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ ନାୟକଙ୍କ ଅଧ୍ୟକ୍ଷତାରେ ହୋଟେଲ ତ୍ରିଦେବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଓଡିଶାର ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଇତ ବନ୍ଦାଣ ଉତ୍ସବ ପ୍ରଥମ କରି ସିଭିଲ ଟାଉନସିପ ଅଂଚଳରେ ପାଳନ କରାଯିବ । ଏଥିରେ ସୁନାମଧନ୍ୟ ସଂଗୀତଜ୍ଞ ଅଭିଜିତ ମଜୁମଦାର ଓ ଅନ୍ୟ ପ୍ରତିଷ୍ଠିତ ଗାୟକ ଗାୟିକା ଯୋଗଦେଇ ସଂଗୀତ ପରିବେଷଣ କରିବେ । ଏହି ଅବସରରେ ବୋଇତ ବନ୍ଦାଣର ପରମ୍ପରା ସଂପର୍କରେ ଆଲୋଚନା କରାଯିବ । ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି । ପ୍ରାରମ୍ଭରେ ଉପଦେଷ୍ଟା ଭଗବାନ ପତି, ଆଦିତ୍ୟ ମହାପାତ୍ର, ପ୍ରକାଶ ମହାନ୍ତି, ଦୀପକ ମହାନ୍ତି, ସଞ୍ଜୟ ସାମଲ, ଗିରିଶ ମହାପାତ୍ର, କ୍ରୀଷ୍ଣା ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଶେଷରେ ଅନନ୍ତ ନାରାୟଣ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ସୁଜିତ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଶଶାଙ୍କ ଶେଖର ପ୍ରଧାନ, ଉପସଭାପତି ସୁଧାଂଶୁ ଶେଖର ସାମଲ, ସାଧାରଣ ସଂପାଦକ ପ୍ରତୀକ ଭୂୟାଁ, ସଂପାଦକ ପ୍ରତାପ ସାହୁ, ସହସଂପାଦକ ବୈଦ୍ୟନାଥ ସାହୁ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଧଳ, ଆଇନ ପରାମର୍ଶଦାତା ଶିବୁଲାଲ ସାହୁ ଓ ସନ୍ତୋଷ ନାୟକ ତଥା ବହୁ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.