csstore

ବଲାଙ୍ଗିରରେ ଜୟ କିଶାନ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ କୃଷକ ସଂଗଠନ ପକ୍ଷରୁ ଗତକାଲି ଦେଶର ବିିଭିନ୍ନ ୪୨୦ଟି ସ୍ଥାନରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ ପ୍ରଦର୍ଶନ କରିବା ପୂର୍ବକ ରାସ୍ତାରୋକ ଅନୁଷ୍ଠିତ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର-କଂଟାବାଂଜି ରାସ୍ତା ବେଲପଡ଼ା କଲେଜ ଛକରେ ରାସ୍ତାରୋକ ଅନୁଷ୍ଠିତ ହୋଇଯାଇଛି । ଗତକାଲି ପୂର୍ବାହ୍ନ ୧୧ଟା ସମୟରେ ଅନୁଷ୍ଠିତ ଏହି ରାସ୍ତାରୋକ କାର୍ଯ୍ୟକ୍ରମରେ ଆବାହକ ସତ୍ୟ ବନ୍‌ଛୋର, ଅଚ୍ୟୁତ ସିପୁନ୍‌ ଖମାରୀ, ତ୍ରିଲୋଚନ ପୁଂଜି, ବ୍ୟାସଦେବ ଥନାପତି, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ସହ ଶତାଧିକ ଚାଷୀ ସମବେତ ହୋଇ କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରିଥିଲେ ।

jayashree
Leave A Reply

Your email address will not be published.