ରାଜେନ୍ଦ୍ରପଡାଠାରେ ରାଣୀପୁର ଝରିଆଲ ଭଳି ପୀଠରେ ମା’ଙ୍କ ପୂଜାର୍ଚ୍ଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଓଡିଶାରେ ପର୍ଯ୍ୟଟନସ୍ଥଳୀ ଭାବରେ ପରିଚିତ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକଠାରେ ଅବସ୍ଥିତ ରାଣୀପୁର ଝରିଆଲ । ତେବେ ଏହି ପୀଠ ଏବେ ବଲାଙ୍ଗିର ସହରର ରାଜେନ୍ଦ୍ରପଡାଠାରେ ଦେଖିବାକୁ ମିଳିଛି । ଏହି ପୀଠରେ ମା’ ଜଗତ ଜନନୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଏହି ମଣ୍ଡପ ସହରର ୧୯ଟି ମଣ୍ଡପ ଅପେକ୍ଷା ମା’ଙ୍କୁୁ ଦର୍ଶନ କରିବା ପାଇଁ ଆସୁଥିବା ଭକ୍ତ ମାନଙ୍କୁ ବି ଆକର୍ଷିତ କରୁଛି । ଏଥିପାଇଁ ପୀଠରେ ଜିଲ୍ଲା ବାହାରୁ ତଥା ସହରବାସୀଙ୍କ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.