oom

ଶିକ୍ଷକତା ପେସା, କିନ୍ତୁ କୋଶଲୀ ସଙ୍ଗୀତ ନିଶା : ଜନକ ସେଠ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : : ଛୋଟ ବେଳୁ ରେଡିଓରେ ଗୀତ ଶୁଣୁ ଣୁଣୁ କୋଶଲୀ ଗୀତ ପ୍ରତି ଆକୃଷ୍ଟ ହେଇଥିଲେ । ଧିରେ ଧିରେ ନିଜେ ଲେଖି ଗାଇବା ଆରମ୍ଭ କଲେ । ଗୀତ ଲେଖି ଆକାଶବାଣୀ ସମ୍ବଲପୁର କେନ୍ଦ୍ରକୁ ଗୀତ ମଧ୍ୟ ପଠାଉଥିଲେ । ନବୋଦୟ ବିଦ୍ୟାଳୟ ବେଲପଡାରେ ପଢ଼ିବା ସମୟରେ ସାଙ୍ଗ ସାଥୀ ସହ ମିଶି ଟ୍ରେ ବଜେଇ ବଜେଇ କୋଶଲୀ ଗୀତ ଗାଇ ମଜା କରୁଥିଲେ । ସେଇ ମଜା ଆଜି ତାଙ୍କର ନିଶାରେ ପାଲଟି ଯାଇଛି । ପ୍ରେରଣାଦାୟୀ ଗୀତ ରଚନା କରିବାରେ ସେ ମାହିର । ଗୀତ ମାଧ୍ୟମରେ ସମାଜର ପରିବର୍ତ୍ତନ ତଥା ସଚେତନତା ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ । ଚଳିତବର୍ଷ କରୋନା ସମୟରେ ୫୦୦ରୁ ଉର୍ଦ୍ଧ୍ବ ଗୀତ ଲେଖି ଓଡ଼ିଶାର ତଥା ପଶ୍ଚିମ ଓଡ଼ିଶାର ସମସ୍ତ ଆଗଧାଡିର କଳାକାରମାନଂକୁ ଗୀତ ଗୁଆଇ ସେ ବେଶ ଚର୍ଚିତ ହୋଇଥିଲେ । ଏ ପର୍ୟ୍ୟନ୍ତ ୧୫୦୦ରୁ ଉର୍ଦ୍ଧ୍ବ ଆଲବମ ଗୀତ ଲେଖି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ଗୀତିକାର ତଥା ଶିକ୍ଷକ ପ୍ରଶିକ୍ଷକ ଜନକ ସେଠ ।


ବିରଞ୍ଚି ନାରାୟଣ ସେଠ୍ ଏବଂ ସୂର୍ୟ୍ୟକାନ୍ତି ସେଠଙ୍କର ପୁଅ ଜନକ ସେଠ୍ ବର୍ତମାନ ବରଗଡ଼ ଡାଏଟ୍ ରେ ଶିକ୍ଷକ ପ୍ରଶିକ୍ଷକ ଭାବରେ କାର୍ୟ୍ୟରତ । ପେଶାରେ ଶିକ୍ଷକ ପ୍ରଶିକ୍ଷକ ନିଶା କିନ୍ତୁ ସମଲପୁରୀ ସଙ୍ଗୀତ। ରେଡିଓରେ ସ୍ୱର୍ଗତ ଫକୀର ପଟ୍ଟନାୟକ, ବିଭୁତି ପଟ୍ଟନାୟକ ତଥା ଜିତେନ୍ଦ୍ର ହରିପାଲଙ୍କ ଗୀତ ଏବଂ ଆଲବମ କ୍ୟାସେଟ ରେ ଶାନ୍ତନୁ ସାହୁ, ଉମାକାନ୍ତ ବାରିକ ଏବଂ ରୁକୁ ସୁନାଙ୍କର ଗିତ ଶୁଣି ସମଲପୁରୀ ଗୀତ ପ୍ରତି ଆକର୍ଷିତ ହୋଇଥିଲେ।ସେ ନବୋଦୟ ବିଦ୍ୟାଳୟରେ ପଢୁଥିବା ସମୟରେ ଶାନ୍ତନୁ ସାହୁ କର କାର୍ୟ୍ୟକ୍ରମ ଦେଖିବାକୁ ଯାଇ ସେଠି ତାଙ୍କର ପ୍ରିୟ କଣ୍ଠଶିଳ୍ପୀ ଶାନ୍ତନୁ ସାହୁକୁ ପ୍ରଥମେ ଭେଟିଲେ।ସେଇ ଦେଖାରୁ ଆଉ ସେ ପଛକୁ ଫେରି ନାହାନ୍ତି । ଗୀତ ଲେଖି ଗାୟକ ରୁକୁ ସୁନା ଘରକୁ ଯାଇ ତାଙ୍କର ସାହାଯ୍ୟ ନେଉଥିଲେ।
ତାଙ୍କର ଶିକ୍ଷାଗତ ଯୋଗ୍ୟତା ବହୁତ ହେଲେ ବି ଏବଂ ଚାକିରି ଥିଲେ ବି କୋଶଲୀ ଗୀତକୁ ଛାଡିପାରିବି ନାହିଁ କୁହନ୍ତି । ସେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ସମ୍ବଲପୁରରେ ଭୁଗୋଲରେ ଗ୍ରାଜୁଏସନ୍ ଏବଂ ଉତ୍କଳ ମହାବିଦ୍ୟାଳୟ ଭୁବନେଶ୍ୱରରୁ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି ।
ନିଜସ୍ୱ ପ୍ରଚେଷ୍ଟାରେ ସେ ଜେ.ଏସ୍ ମିଉଜିକ୍ ନାମରେ ଏକ ପ୍ରଯୋଜନା ସଂସ୍ଥା ମଧ୍ୟ କରିଛନ୍ତି ଏବଂ ନୁଆ ପ୍ରତିଭାମାନଙ୍କୁ ସୁଯୋଗ ଦିଅନ୍ତି । ତାଙ୍କର ପ୍ରମୁଖ ଆଲବମ ମଧ୍ୟରେ ମୁଇଁ କାହାକେ କହେମି ମାଁ, ହାଏରେ ଦିଲ୍, ଦିଲ୍ ଥି ମାରିଦେଲା ଛୁରୀ, ହେ କଲାମ୍ ତମକୁ ସଲାମ୍, ଧୁକାରେ ଧୁକା, ମହାବତ ବରସା ଦେନା ଇତ୍ୟାଦି । ବର୍ତମାନ ସଂଗୀତ କ୍ଷେତ୍ରରେ ଶାନ୍ତନୁ ସାହୁ ସହ ତାଙ୍କ ଯୋଡ଼ି ବେଶ ଜମେ ବୋଲି ପ୍ରଶଂସକ ମାନେ କୁହନ୍ତି।

jittmm
Leave A Reply

Your email address will not be published.