ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କ ଦ୍ୱାରା ଇ-ପାସ୍‌ ମଡ୍ୟୁଲ ଉଦ୍‌ଘାଟିତ

• ଏଚ୍‌ଆରଏମ୍‌ଏସ୍‌ ପ୍ରକଳ୍ପ ଅଧୀନରେ ଏହି ମଡ୍ୟୁଲ ସିଆରଆଇଏସ୍‌ ଦ୍ୱାରା ବିକଶିତ
• ଏହା ଅନ୍‌ଲାଇନ ପାସ୍‌ ଜେନେରେସନ ଏବଂ ରେଳ କର୍ମଚାରୀଙ୍କ ଟିକେଟ ବୁକିଂରେ ସହାୟକ ହେବ
• ରେଳ କର୍ମଚାରୀ ଯେକୌଣସି ସ୍ଥାନରୁ ଅନ୍‌ଲାଇନ ପାସ୍‌ ପାଇଁ ଆବେଦନ ଏବଂ ଇ-ପାସ୍‌ ଜେନେରେଟ କରିପାରିବେ

ନୂଆଦିଲ୍ଲୀ, (ପିଆଇବି) : ରେଳବାଇ ବୋର୍ଡର ଅଧ୍ୟକ୍ଷ, ମାନବ ସମ୍ବଳ ପରିଚାଳନା ବା ଏଚ୍‌ଆରଏମ୍‌ଏସ୍‌ ପ୍ରକଳ୍ପ ଅଧୀନରେ ବିକଶିତ ଇ-ପାସ୍‌ ମଡ୍ୟୁଲକୁ ଉଦ୍‌ଘାଟନ କରିଛନ୍ତି । ଏହି ମଡ୍ୟୁଲକୁ ସିଆରଆଇ ଦ୍ୱାରା ବିକଶିତ କରାଯାଇଛି । ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏଫ୍‌ସି/ରେଳବାଇ ବୋର୍ଡର ସମସ୍ତ ସଦସ୍ୟ, ସିଏମ୍‌ଡି/ ଆଇଆରସିଟିସି/ ଏମ୍‌ଡି/ ସିଆରଆଇଏସ/ ସମସ୍ତ ଜେନେରାଲ ମ୍ୟାନେଜର, ପିସିପିଓଏସ୍‌, ପିସିସିଏମ୍‌ଏସ୍‌, ପିଏଫ୍‌ଏ ଓ ଡିଭିଜନାଲ ମ୍ୟାନେଜରମାନେ ଉପସ୍ଥିତ ଥିଲେ । ଇ-ପାସ୍‌ ମଡ୍ୟୁଲର ବିଭିନ୍ନ ଦିଗ ସଂପର୍କରେ ଏଥିରେ ଡିଜି/ଏଚ୍‌ଆର ସୂଚନା ଦେଇଥିଲେ ଓ ଏହାର କାର୍ୟ୍ୟକାରିତା ବିଷୟରେ ବୁଝାଇଥିଲେ ।
ଭାରତୀୟ ରେଳବାଇରେ ଏଥିପୂର୍ବରୁ ମୁଖ୍ୟତଃ ପାସ୍‌ ପ୍ରଦାନ ବ୍ୟବସ୍ଥା ମାନବିକ ପ୍ରକ୍ରିୟାରେ ହେଉଥିଲା । ସେହିଭଳି ରେଳ କର୍ମଚାରୀଙ୍କ ପାସ୍‌ ଉପରେ ଅନ୍‌ଲାଇନ ଟିକେଟ ବୁକିଂ ବ୍ୟବସ୍ଥାର ସୁବିଧା ନ ଥିଲା ।
ଏହି ଇ-ପାସ୍‌ ମଡ୍ୟୁଲ ଏଚ୍‌ଆରଏମ୍‌ଏସ୍‌ ବା ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା ପ୍ରକଳ୍ପରେ ବିକଶିତ । ପର୍ୟ୍ୟାୟକ୍ରମେ ଏହା ଭାରତୀୟ ରେଳବାଇରେ କାର୍ୟ୍ୟକାରୀ ହେବ । ଏହି ସୁବିଧା ଫଳରେ ରେଳ କର୍ମଚାରୀଙ୍କୁ ଆଉ ପାସ୍‌ ପାଇବା ପାଇଁ ଆବେଦନ କରିବାକୁ ଅଫିସକୁ ଯିବାକୁ ପଡିବ ନାହିଁ ବା ପାସ୍‌ ପାଇବା ପାଇଁ ଅପେକ୍ଷା କରିବାକୁ ହେବନାହିଁ । ସେମାନେ ଏବେ ଅନ୍‌ଲାଇନରେ ଯେକୌଣସି ସ୍ଥାନରୁ ଏଥିପାଇଁ ଆବେଦନ କରିପାରିବେ । ଏହାଛଡା ସେମାନେ ଯେକୌଣସି ସ୍ଥାନରେ ଇ-ପାସ୍‌ ଜେନେରେଟ କରିବାର ସୁବିଧା ପାଇବେ । ଆବେଦନ ଓ ଇ-ପାସ୍‌ ପାଇବାର ପୂର୍ଣ୍ଣାଙ୍ଗ ପ୍ରକ୍ରିୟା ମୋବାଇଲ ଅନୁକୂଳ । ସେହିଭଳି ପାସ୍‌ ଉପରେ ଟିକେଟ ବୁକିଂ ବ୍ୟବସ୍ଥା ମଧ୍ୟ ଅନ୍‌ଲାଇନ କରାଯାଇଛି । ରେଳ କର୍ମଚାରୀମାନେ ଏହି ବ୍ୟବସ୍ଥାରେ ଆଇଆରସିଟିସି ସାଇଟ୍‌ରୁ ଅନ୍‌ଲାଇନ ଟିକେଟ ବୁକିଂ କରିପାରିବେ । ତେବେ ଏବେ ପ୍ରଚଳିତ ପିଆରଏସ୍‌/ୟୁଟିଏସ୍‌ କାଉଣ୍ଟର ବୁକିଂ ବ୍ୟବସ୍ଥା ମଧ୍ୟ ଅବ୍ୟାହତ ରହିବ ।
ନୂଆ ବ୍ୟବସ୍ଥା ଫଳରେ ରେଳ କର୍ମଚାରୀମାନେ ସେମାନଙ୍କ ପାସ୍‌ ବ୍ୟବହାର କରିବାରେ ଆଉ ଅସୁବିଧାର ସମ୍ମୁଖୀନ ହେବେନାହିଁ ଏବଂ ସବୁ କର୍ମଚାରୀଙ୍କୁ ସହଜରେ ପାସ୍‌ ଯୋଗାଇ ଦିଆଯାଇପାରିବ । ଭାରତୀୟ ରେଳବାଇର ସମସ୍ତ କାର୍ୟ୍ୟକୁ ଡିଜିଟାଇଜ କରିବା ପାଇଁ ଏଚ୍‌ଆରଏମ୍‌ଏସ୍‌ ପ୍ରକଳ୍ପ କାର୍ୟ୍ୟକାରୀ ହେଉଛି । ଏଥିରେ ୨୧ଟି ମଡ୍ୟୁଲ ବିକଶିତ କରିବାର ଯୋଜନା ରହିଛି । କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୯୭ ଶତାଂଶଙ୍କର ମୌଳିକ ତଥ୍ୟାବଳୀର ଡିଜିଟାଇଜ କାର୍ୟ୍ୟ ଶେଷ ହୋଇଛି । ଏଗୁଡିକୁ ଏମ୍ପ୍ଲୟି ମାଷ୍ଟର ଏବଂ ଇ-ସର୍ଭିସ ରେକର୍ଡ ମଡ୍ୟୁଲରେ ଗତବର୍ଷ ସାମିଲ କରାଯାଇ କାର୍ୟ୍ୟକ୍ଷମ କରାଯାଇଛି । ଖୁବ୍‌ଶୀଘ୍ର ସିଆରଆଇଏସ୍‌ ରେଳବାଇର ଅଫିସ ଅର୍ଡର ମଡ୍ୟୁଲ ଏବଂ ସେଟଲମେଣ୍ଟ ମଡ୍ୟୁଲ କାର୍ୟ୍ୟକ୍ଷମ କରିବ ।

Leave A Reply

Your email address will not be published.