csstore

ଭାରତୀୟ ମହିଳା ଶକ୍ତି ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ମହିଳା ଶକ୍ତି ଟ୍ରଷ୍ଟର ବାର୍ଷିକ ଉତ୍ସବ ପଦ୍ମପୁର ସ୍ଥିତ ଓଡିଶା ରାଜ୍ୟ କାର୍ଯ୍ୟାଳୟଠାରେ ପାଳନ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ଓଡିଶା ରାଜ୍ୟ ସଂଯୋଜିକା ଶ୍ରୀମତୀ ସରସ୍ଵତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମହିଲାଙ୍କ ଉତ୍ଥାନ ପାଇଁ ସମର୍ପିତ ସଂସ୍ଥା, ଯାହାକି ଗ୍ରାମାଞ୍ଚଳରେ ଥିବା ମା, ଭଉଣୀମାନଙ୍କୁ ନିଶୁଳ୍କ ସେବା ରୋଜଗାର ଦେଇ ଆତ୍ମ ନିର୍ଭର କରିବାର ଲକ୍ଷ ନେଇ ଆଗେଇ ଚାଲିଛି ବୋଲି ରାଜ୍ୟ ସଂଯୋଜିକା ଶ୍ରୀମତୀ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବରଗଡ ଜିଲ୍ଲା ସଂଯୋଜକ ଅଶୋକ ସାହୁ, ସହ ସଂଯୋଜକ ସୁବ୍ରତ ସାହୁ, ଲେଖାକାର ହେମନ୍ତ ପରୁଆ, ଅଫିସ ଇନଚାର୍ଜ ସଂଜୀବ ସାହୁ, ବ୍ଲକ ସଂଯୋଜକ ସୁକାନ୍ତ ସାହୁ, ଦୀନବନ୍ଧୁ ଦେହେରି, ପିଙ୍କି ସାହୁ, ଆଲୋକ କଠାର, ଏନ୍‌ଏସି ସଂଯୋଜକ ପ୍ରମୋଦ ମେହେର ଏବଂ ସମସ୍ତ ପଞ୍ଚାୟତର ସଂଯୋଜକ ଏବଂ ସଂଯୋଜିକାଙ୍କ ସହ ଅନ୍ୟମାନେ ଉପସ୍ଥିତି ଥିଲେ ।

jayashree
Leave A Reply

Your email address will not be published.