ଛତ୍ରପୁର ଏନ୍‌ଏସି ଅଫିସରେ ନୂତନ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

• ସମସ୍ତ ଷ୍ଟାଫ ଓ କର୍ମଚାରୀ, ପୌର ଅଧ୍ୟକ୍ଷା, କାଉନସିଲରଗଣଙ୍କ ଶୁଭେଚ୍ଛା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସହର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଜଣେ ଉଚ୍ଚପଦସ୍ଥ ଓଏଏସ ପାହ୍ୟାର ବ୍ୟକ୍ତି ଉମାକାନ୍ତ ନାୟକ ଶୁକ୍ରବାର ଅପରାହ୍ନରେ ଯୋଗ ଦେଇଛନ୍ତି । ପୂର୍ବରୁ ଦାୟିତ୍ୱରେ ଥିବା ଏନ୍.ଗଣେଶ ବାବୁଙ୍କଠାରୁ ସେ କାର୍ଯ୍ୟଭାର ଦାୟିତ୍ୱ ଗ୍ରହଣ କରି ନେଇଛନ୍ତି । ଏନ୍.ଗଣେଶ ବାବୁଙ୍କର ଭୁବନେଶ୍ୱର ବିଏମସିରେ ଆସିଷ୍ଟାଣ୍ଟ କମିଶନର ଭାବେ ବଦଳି ହୋଇଥିବା ଜଣାପଡିଛି । ତେବେ ଛତ୍ରପୁରରେ ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିବା ଶ୍ରୀ ନାୟକ ତାଙ୍କର ପ୍ରଥମ ଚାକିରି ଜୀବନ ଓଆରଏସ୍ ପାହ୍ୟାରେ ଅତିରିକ୍ତ ତହସିଲଦାର ପଦବୀରେ ପୁରୀ ଜିଲ୍ଲା ଡେଲାଙ୍ଗଠାରେ ପ୍ରଥମେ ଅବତୀର୍ଣ୍ଣ ହୋଇଥିଲେ । ପରେ କଟକ ଜିଲ୍ଲା ଯୋବ୍ରାଠାରେ ମେଜର ସେଟ୍ଟାଲମେଣ୍ଟ ଅଫିସର ଭାବେ ଏବଂ ଗତ ଛଅମାସ ତଳେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ । ସେ ୨୦୨୦ ଫେବୃଆରୀ ମାସରେ ଓଏଏସ ବ୍ୟାଚ୍ ଭାବେ ପଦବୀରେ ଭୁକ୍ତ ହୋଇଥିଲେ । ଶ୍ରୀ ନାୟକଙ୍କ ଯୋଗଦାନ ପରେ ସମସ୍ତ ଷ୍ଟାଫ ଓ କର୍ମଚାରୀ ମହଲରେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଅନ୍ୟ କାଉନସିଲରଗଣ ଭେଟି ନୂତନ ଇଓଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.

error: Content is protected !!