oom

କମରଲଗା ଲାନ୍ଥନଦୀରୁ ଯୁବତୀଙ୍କ ଭାସୁଥିବା ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର : ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ସନ୍ଦେହ, ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ଆରମ୍ଭ 

jsmm

ସଇଁତଲା, (ପ୍ରମୋଦ କୁମାର ସେଲମା) : ଜଣେ ଯୁବତୀଙ୍କ ମୁଣ୍ଡ ବିହୀନ ମୃତଦେହ ନଦୀରେ ଭାସୁଥିବା ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କରିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣାଟି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅଧୀନସ୍ଥ କମରଲଗା ଲାନ୍ଥନଦୀଠାରେ । ଘଟଣାର ଖବର ପାଇ ଘଟଣାସ୍ଥଳରେ ଟିଟିଲାଗଡ଼ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥି, ସଇଁତଲା ଆଇଆଇସି ଅବନୀ ସାହୁ, ଟିଟିଲାଗଡ଼ ଆଇଆଇସି ରଞ୍ଜନ ବରିହା, ମୁରିବାହାଲ ଆଇଆଇସି, ସଇଁତଲା ଥାନା ଏସଆଇ ସଂଗୀତା ବେକ, ବଡ଼ମାଳ ଫାଣ୍ଡି ଅଧିକାରୀ ହରେକୃଷ୍ଣ ମାଝୀ ଓ ବଲାଙ୍ଗିର ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳକୁ ପହଂଚି ଘଟଣାର ଖୋଡ଼ତାଳ ଆରମ୍ଭ କରିଛନ୍ତି । ମୃତ ଯୁବତୀଙ୍କ ବର୍ତମାନ ପର୍ଯ୍ୟନ୍ତ କୋଣସି ପରିଚୟ ମିଳିନାହିଁ । ବୟସ ହାରାହାରି ୨୦ରୁ ୨୫ ହେବ । ସେ କଳା ରଙ୍ଗର ପେଣ୍ଟ ଓ ସାର୍ଟ ପିନ୍ଧି ଥିବା ପୋଲିସ ଦେଖିବାକୁ ପାଇଛି । ଯୁବତୀଙ୍କୁ ହତ୍ୟା କରି ମୁଣ୍ଡକୁ କାଟି ଗଣ୍ଡିକୁ ଲାନ୍ଥ ନଦୀ ପାଣି ସ୍ରୋତରେ ପକାଇ ଦେଇ ଅଭିଯୁକ୍ତମାନେ ଫେରାର ଥିବା ପୋଲିସ ସନ୍ଦେହ କରୁଛି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଟିଟିଲାଗଡ଼କୁ ପଠାଇ ତଦନ୍ତ ଚଲାଇଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ କମରଲଗା ଲାନ୍ଥନଦୀ କୂଳରେ ହତ୍ୟା କରି ନଦୀର ପାଣି ସ୍ରୋତରେ ଫିଙ୍ଗି ଦେଇଥିବା ବେଳେ ବୁଧବାର ସକାଳୁ ଲୋକେ ନଦୀକୁ ଗାଧେଇବାକୁ ଆସି ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ନଦୀ କୂଳରେ ରକ୍ତ ଛିଡା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ କାରଣରୁ ହତ୍ୟା କରି ଯୁବତୀଙ୍କ ଗଣ୍ଡି ନଦୀ ପାଣି ସ୍ରୋତରେ ଫିଙ୍ଗି ଦେଇଥିବା ବେଳେ ମୁଣ୍ଡକୁ ମଧ୍ୟ ପିଙ୍ଗି ଥିବା ସନ୍ଦେହ କରି ପୋଲିସ ଖୋଜାଖୋଜି ଚଲାଇଛି । ପରେ ସଇଁତଲା ଅଗ୍ନିଶମ ବିଭାଗ ମଧ୍ୟ ପହଂଚି ନଦୀ ପାଣିରୁ ଉଦ୍ଧାର କରିଥିଲେ । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଯୁବତୀଙ୍କ କୌଣସି ପରିଚୟ କିମ୍ବା ଚିହ୍ନଟ ହୋଇପାରି ନ ଥିବା ପୋଲିସ ପ୍ରକାଶ କରିଛି ।

jittmm
Leave A Reply

Your email address will not be published.