ସୁନାପୁର ସମୁଦ୍ର ବେଳାଭୂମିରେ ମୃତ ବ୍ଲ୍ୟୁଫାଗ-ଡଲଫିନ ଉଦ୍ଧାର

ଡ଼ଲଫିନକୁ ଦେଖିବା ପାଇଁ ସୁନାପୁର ବେଳାଭୁମି ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ସୀମାନ୍ତ ପାତି-ସୁନାପୁର ବେଳାଭୂମିରୁ ଏକ ମୃତ ଡ଼ଲଫିନ ଉଦ୍ଧାର ହୋଇଥିବା ଖବର ମିଳିଛି । ଯାହାର ଓଜନ ପ୍ରାୟ ୧ କୁଇଣ୍ଟାଲରୁ ଉର୍ଦ୍ଧ୍ବ ହେବ । ମୃତ ଡ଼ଲଫିନକୁ ଦେଖିବା ପାଇଁ ସୁନାପୁର ବେଳାଭୂମି ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ଖବର ଅନୁସାରେ ଶୁକ୍ରବାର ସକାଳ ସମୟରେ ଗଞ୍ଜାମ ଜିଲ୍ଲାର ପାତି ସୁନାପୁର ବେଳାଭୂମିରେ ଏକ ମୃତ ଡଲଫିନ୍ କୂଳକୁ ଲାଗିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଖବର ପ୍ରଚାରିତ ହେବା ବେଳକୁ ସମୁଦ୍ର କୂଳରେ ଏକ ବିରାଟ ଜନସମାଗମ ହୋଇଥିବା ବେଳେ ଖବର ପାଇ ବ୍ରହ୍ମପୁର ବନ୍ୟପ୍ରାଣୀ ବିଭାଗର ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ପାତି-ସୁନାପୁରକୁ ଏକ ‘ବ୍ଲୁ ଫ୍ଲାଗ୍’ ସମୁଦ୍ର କୂଳରେ ପରିଣତ କରିବାକୁ ଉଦ୍ୟମ ଚାଲିଥିବା ବେଳେ ଡଲଫିନ୍ ମୃତ୍ୟୁ ଘଟଣା ପ୍ରଶାସନକୁ ଚିନ୍ତାର କାରଣ ସାଜିଛି । ଅପର ପକ୍ଷରେ ବନ୍ୟପ୍ରାଣୀ ବିଭାଗର ଅଧିକାରୀଙ୍କ ସୂଚନା ପ୍ରକାରେ ବୃଦ୍ଧାବସ୍ଥାରେ ଡଲଫିନ୍ ମରିଥାଇ ପାରେ ଏବଂ ଡ଼ଲଫିନର ପୋଷ୍ଟମର୍ଟମ ପରେ ହିଁ ଡ଼ଲଫିନର ମୃତ୍ୟୁର କାରଣ ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

Leave A Reply

Your email address will not be published.