csstore

ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ଶ୍ରଦ୍ଧାଠାରେ ରଜ ମହୋତ୍ସବ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସେକ୍ଟର ୧୬ ସ୍ଥିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାଠାରେ ରଜ ମହୋତ୍ସବ ପାଳନ କରାଯାଉଛି । ସାହିତ୍ୟ ଘର କେବଳ ସାହିତ୍ୟ ଭିତରେ ସିମୀତ ନରହି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରି ନିଜ ସାମାଜିକ ପ୍ରତିବଦ୍ଧତାର ପରିଚୟ ଦେଇ ଆସିଥିବା ବେଳେ ଏହି କ୍ରମରେ ଶ୍ରଦ୍ଧାରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ରଜ ଉତ୍ସବ ପାଳନ ସହ କାକରା, ପୋଡପିଠା, ଆରିଷା ଓ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା । ସାହିତ୍ୟଘରର ସଭାପତି ଆଲୋକ ରଂଜନ ମଲ୍ଲିକ ଓ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଦାସଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ରାମକୃଷ୍ଣ ତ୍ରିପାଠୀ ମାନବ ସେବା ହିଁ ମାଧବ ସେବା ସଂପର୍କରେ ଆଲୋଚନା କରିଥିଲେ । ଶ୍ରଦ୍ଧାର ସଂପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ସହ ଅନ୍ତେବାସୀଙ୍କ ସହ ରଜ ମହୋତ୍ସବ ପାଳନ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ସେ ଏହି ଅବସରରେ ସେବାର ଅର୍ଥ ବାସେ ବୋଲି କହିଥିଲେ । ସାଧାରଣ ସଂପାଦକ ଶ୍ରୀ ଦାସ ଏହି ଭଳି ସାମାଜିକ କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଗଙ୍ଗାଧର ପୁହାଣ, ଜ୍ୟୋତିର୍ମୟ ଆଚାର୍ଯ୍ୟ, ଜଗନ୍ନାଥ ରାଉତ, ବିଶ୍ୱଭୂଷଣ ମହାପାତ୍ର, ତ୍ରିଲୋଚନ ମହାରଣା, ଭାଗବତ ବେହେରା, ମିତା ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉପସଭାପତି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.