Daily Archives

ମା’କୁ ବେକ କାଟି ହତ୍ୟା କଲା ପୁଅ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ମା’ଙ୍କୁ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରି ଅଖାରେ ଭର୍ତ୍ତି କରିଦେଇଥିଲା ପୁଅ । ସୂଚନାଯୋଗ୍ୟ ଯେ, କୁମ୍ଭାରୀ ଗ୍ରାମର ବନ୍ଧପଡ଼ା ଷ୍ଟେଟ ବ୍ୟାଙ୍କ
Read More...

ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଅଞ୍ଚଳର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ସୁନାମ ଅର୍ଜନ କରିଥିବା ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଗତକାଲି ରାତି ପ୍ରାୟ ୧୦ ଟା ୩୫ ମି ସମୟରେ (୭୪) ବର୍ଷ ବୟସରେ ପାଇକମାଲଠାରେ ପରଲୋକ ହୋଇଯାଇଛି ।
Read More...

ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଆସନ୍ତା ମେ' ମାସ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ହେବାକୁ ଥିବା ଜନ୍ମୋତ୍ସବ ଓ ବୈଶାଖ ମେଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆଜି ଶ୍ରୀ
Read More...

ରାଉରକେଲା ରିଂ ରୋଡ ୭/୧୫ ଛକ ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା : ଡ୍ରାଇଭର ଆହତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରିଂ ରୋଡ ୭/୧୫ ଛକ ଠାରେ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗାଡ଼ି ନମ୍ବର OD 14Z 6056ରେ ଛେଣ୍ଡ ଅଂଚଳର ଅଭିଳାଷ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ତାଙ୍କ ଡ୍ରାଇଭରକୁ ସାଙ୍ଗରେ ନେଇ କୌଣସି କାମରେ ଯାଇ ଘରକୁ ଫେରୁଥିବା
Read More...

ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କଲେ ଜିଲ୍ଲାପାଳ ଚଂଚଳ ରାଣା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡର ଗଙ୍ଗାସାଗର ଗ୍ରାମ ନିକଟରେ ନିର୍ମାଣଧୀନ ଡାକ୍ତରଖାନା କୋଠାର ତଦାରଖ କରିଛନ୍ତି ଜିଲ୍ଲାପାଳ ଚଂଚଳ ରାଣା । ତେବେ ଜିଲ୍ଲାପାଳ ଶ୍ରୀ ରାଣା ପାଟଣାଗଡ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବରରେ ଯୋଗ ଦେବାକୁ ଆସି ସେ ଏହି କୋଠାର ତଦାରଖ
Read More...

ତୋଗାଡିଆଙ୍କ କାର୍ଯ୍ୟକ୍ରମ ସ୍ଥଳ ସ୍ଥାନାନ୍ତର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱହିନ୍ଦୁ ପରିଷଦକୁ ଛାଡି ୨୦୧୮ ମସିହାରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଗଠନ କରିଥିବା ବିଶ୍ୱବିଖ୍ୟାତ କେନସର ସର୍ଜନ ଡକ୍ଟର ପ୍ରବୀଣ ଭାଇ ତୋଗାଡିଆ ଆସନ୍ତା କାଲି ସୁନ୍ଦରଗଡ଼ ଗସ୍ତରେ ଆସୁଥିବା ବେଳେ ମାଦ୍ରୀକାଲୋ ଭବନରେ ଅନୁଷ୍ଠିତ ଏକ ବିଶାଳ
Read More...

ପିପିଲିପାଲିରେ କବି ଖଗେଶ୍ୱର ଜୟନ୍ତୀର ପ୍ରସ୍ତୁତି ପର୍ବ : ଅଧ୍ୟାପକ ପ୍ରକାଶ ସେଠ ପାଇବେ ଖଗେଶ୍ୱର ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପିପିଲିପାଲିରେ ସାହିତ୍ୟପ୍ରାଣ କବି ଖଗେଶ୍ୱର ଶେଠଙ୍କ ୧୧୬ତମ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ଓ ପିପିଲିପାଲି ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଆୟୋଜିତ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଆରମ୍ଭ : ପ୍ରଥମେ ଦିବ୍ୟାଙ୍ଗ ମାନଙ୍କୁ ଆର୍ଥିକ ସହାୟତା ଏବଂ ପରେ କିନ୍ନର…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପାରମ୍ପରୀକ ପ୍ରଥାନୁସାରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥା ପରିସରସ୍ଥ ଜଉଗଡ଼ ସମ୍ମିଳନୀ କକ୍ଷରେ ନିର୍ଦ୍ଧାରୀତ ସମୟ ଦିବା ୧୦ଘଣ୍ଟା ସମୟରେ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର
Read More...

ବଲାଙ୍ଗିର ଜିଲ୍ଲାର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ କଣ୍ଟାବାଂଜି ଏଡିଜେ କୋର୍ଟରେ ହାଜିର ହେଲେ ଗୋବିନ୍ଦ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମମିତା ମେହେର ହତ୍ୟା ଘଟଣା ସାରା ରାଜ୍ୟରେ ଚହଲ ସୃଷ୍ଟି କରିଥିବା ବେଳେ ରାଜ୍ୟ ରାଜନୀତିକୁ ଦୋହଳାଇ ଦେଇଥିଲା । ତେବେ ଏହିି ଘଟଣାକୁ ନେଇ କଣ୍ଟାବାଂଜି ଏଡିଜେ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ରାଧ୍ୟେଶ୍ୟାମ ଚଣ୍ଡୀକୁ ହାଜର
Read More...

ତାତିରୁ ମୁକ୍ତି ପାଇଁ ସୁବର୍ଣ୍ଣପୁରରେ ନୀରବ ଶୋଭାଯାତ୍ରା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମାଗତ ତାପମାତ୍ରା ବୃଦ୍ଧିକୁ ନେଇ ମହାନଦୀ ଓ ତେଲନଦୀର ସଂଗମସ୍ଥଳି ନିକଟ ଖଇରମାଲଠାରେ ବ୍ୟାରେଜ ନିର୍ମାଣ ଏବଂ ବ୍ୟାପକ ବନୀକରଣ ଦାବୀରେ ଆଜି ୧୫ଟି ସାମାଜିକ ସଂଗଠନ ପକ୍ଷରୁ ନୀରବ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ
Read More...