Browsing Tag

cuttack news

ବାରବାଟୀ ଟି-ଟ୍ୱେଣ୍ଟି ମ୍ୟାଚରେ ମାସ୍କ ନାହିଁ ତ ଷ୍ଟାଡିୟମକୁ ଏଣ୍ଟ୍ରି ନାହିଁ

କଟକ : ବାରବାଟୀରେ ଟି-ଟୋଣ୍ଟି ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଅନୁଷ୍ଠିତ ହେବ । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ ମାସ୍କ ନଥିଲେ ମ୍ୟାଚ ଦେଖିବାକୁ ଷ୍ଟାଡିୟମ ଭିତରକୁ ଛଡାଯିବ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି ।
Read More...

ଟି ୨୦ ମ୍ୟାଚ ନେଇ ରାୟ ଦେଲେ ହାଇକୋର୍ଟ

କଟକ : କଟକ ବାରବାଟୀ ଷ୍ଟାଡିୟମରେ ଟି ୨୦ ମ୍ୟାଚ ସମ୍ପର୍କିତ ମାମଲା ଖାରଜ ହୋଇଛି । ଜୁନ ୧୨ ତାରିଖରେ ଭାରତ ଓ ସାଉଥଆଫ୍ରିକା ଟି-୨୦ ମ୍ୟାଚ ହେବାକୁ ଥିବାବେଳେ ମ୍ୟାଚ ବାତିଲ ଆବେଦନ ସମ୍ପର୍କିତ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । କଟକ ବାରବାଟୀ ଷ୍ଟାଡିୟମର ଅଗ୍ନି ନିରାପତ୍ତା
Read More...

ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତ ହେବେ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର

କଟକ : ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତ ହେବେ । ଏ ନେଇ ଆଜି ବିଜ୍ଞପ୍ତି ପ୍ରକାଶ କରିଛି କେନ୍ଦ୍ର ଆଇନ୍ କେନ୍ଦ୍ର ଆଇନ ମନ୍ତ୍ରଣାଳୟ । ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି ।
Read More...

ଆସନ୍ତା ୨୦ରେ କୋଲକାତା ହାଇକୋର୍ଟରେ ଯୋଗଦେବେ ଜଷ୍ଟିସ୍‌ ସି.ଆର୍‌ ଦାଶ

କଟକ : ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାଶଙ୍କର କୋଲକାତା ହାଇକୋର୍ଟକୁ ବଦଳି ନେଇ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ଗତକାଲି ମୋହର ମାରିଛି । ଆସନ୍ତା ୨୦ ତାରିଖରୁ ସେ କୋଲକାତା
Read More...

କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ କଟକ ଡିସିପିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଟକ : କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ ସମସ୍ତ କର୍ମକର୍ତ୍ତା ବର୍ଗଙ୍କ ପକ୍ଷରୁ କଟକର ନୂତନ ଡିସିପି ପିନାକ ମିଶ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ମାଧ୍ୟମରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ସଂଘର ଉପ ସଭାପତି ବଦ୍ରୀ ନାରାୟଣ ଦାସ, ସମ୍ପାଦକ ଶିଶିର
Read More...

ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି

କଟକ : ଚଳିତ ମଇ ମାସ ୧୫/୫/୨୦୨୨ ତାରିଖରେ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ ୨୦୨୨, କଟକର ବିଜୁପଟ୍ଟନାୟକ ଛକ ସ୍ଥିତ ସାରଳା ଭବନରେ ଅନୁଷ୍ଠିତ ହେବାକୁଯାଉଛି । ଉକ୍ତ ଅବସରରେ ଅନୁଷ୍ଠାନ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Read More...

ସ୍କୁଲ ବାରଣ୍ଡାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ନିଆଳି : କଟକ ସଦର ଥାନା ଅନ୍ତର୍ଗତ ଶଂଖତରାସ ହାଇସ୍କୁଲ ବାରଣ୍ଡାରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ । ମୃତକ ନିକଟସ୍ଥ ଗାଁର ହୋଇଥିବା ସୂଚନା ମିଳିଛି । ମୃତ୍ୟୁର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି ।
Read More...

ମାଟ୍ରିକ ପରୀକ୍ଷା ସମୟ ସୂଚୀରେ ପରିବର୍ତ୍ତନ : ଦ୍ୱିତୀୟ ସିଟିଂ ପରୀକ୍ଷା ପ୍ରଥମ ସିଟିଂରେ ହେବ

କଟକ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ସମୟ ସୂଚୀରେ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଦ୍ବିତୀୟ ସିଟିଂରେ ପରୀକ୍ଷା ହେବନି । ଦ୍ବିତୀୟ ସିଟିଂର ପରୀକ୍ଷା ପ୍ରଥମ ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୮ ରୁ ୧୦ ଯାଏ ହେବ ।
Read More...

ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ଦେହାନ୍ତ

କଟକ : ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତିଙ୍କ ୮୫ବର୍ଷ ବୟସରେ ଦେହାନ୍ତ ହୋଇଯାଇଥିବା ଜଣାପଡିଛି । କଟକସ୍ଥିତ ବାସ ଭବନରେ ଗତକାଲି ସନ୍ଧ୍ୟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ବୃତ୍ତିରେ ଅର୍ଥନୀତି ଅଧ୍ୟାପିକା ଭାବେ କାର୍ଯ୍ୟ କରି ସେଥିରୁ ଅବସର ନେଇଥିଲେ ।
Read More...

୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ସହ ୬ ଗିରଫ

କଟକ : ଟାଙ୍ଗୀ ବାଲିକୁଦା ନିକଟରୁ ୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ରାଜ୍ୟ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ଚଢାଉ କରି ଏହି ଗଞ୍ଜେଇ ଜବତ କରିଥିବା ସୂଚନା ରହିଛି । ଏହି ଚଢାଉରେ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୬ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଗଞ୍ଜେଇ ଚାଲାଣ ହେଉଥିବା
Read More...