oum

ଦିଲ୍ଲୀକୁ ୫୭ ରନରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ମୁମ୍ବାଇ

jsm

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ପ୍ରଥମ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ ।

ଦିଲ୍ଲୀ ଦଳ ଟସ ଜିଣି ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୨୦୦ ରନ କରିଥିଲା । କ୍ବିଣ୍ଟନ ଡି’କକ୍ ୪୦ ରନ କରିଥିବା ବେଳେ ସୂର୍ୟ୍ୟକୁମାର ଯାଦବ ୫୧ ଓ ଇଶାନ କିଷନ ୫୫ ରନ କରିଥିଲେ । ଶେଷ ବେଳକୁ ଦୁଇଭାଇ ହାର୍ଦିକ ଓ କୁନାଲ ପାଣ୍ଡ୍ୟା ଦ୍ରୁତ ରନ ସଂଗ୍ରହ କରି ଦଳୀୟ ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ ।

ଦ୍ବିତୀୟ ପାଳିରେ ଦିଲ୍ଳୀ ୨୦୧ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୪୩ ରନ୍‌ କରି ପରାଜୟ ବରଣ କରିଛି । ଦିଲ୍ଲୀ ଆରମ୍ଭରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ସ୍କୋର ଶୂନ୍ ଥାଇ ଦିଲ୍ଲୀ ୩ଟି ଓ୍ବିକେଟ ହରାଇଥିଲା । ଦୁଇ ଓପନର ଶିଖର ଧାଓ୍ୱନ୍ ଓ ପ୍ରୁଥ୍ବୀ ସ ଏବଂ ଆଜିଙ୍କ୍ୟ ରାହାଣେ ଖାତା ଖୋଲି ନପାରି ଆଉଟ୍ ହୋଇ ଯାଇଥିଲେ। ସେହିପରି ଶ୍ରେୟସ୍ ଆୟର ଓ ରିଷଭ ପନ୍ତ ମଧ୍ୟ ଶସ୍ତାରେ ଆଇଟ ହୋଇ ପାଭିଲିୟନକୁ ଫେରିଥିଲେ । କିନ୍ତୁ ମାର୍କସ୍ ଷ୍ଟୋଇନିସ୍ ଓ ଅକ୍ଷର ପଟେଲଙ୍କ ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା। ଷ୍ଟୋଇନିସ୍ ୪୬ ବଲରେ ୬୫ ରନ୍‌ ଓ ଅକ୍ଷର ୩୩ ବଲରେ ୪୨ ରନ୍‌ କରିଥିଲେ କିନ୍ତୁ ଦିଲ୍ଲୀକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲେ। ଅନ୍ୟପଟେ ମୁମ୍ବାଇ ପକ୍ଷରୁ ଦମ୍‌ଦାର ‌ବୋଲିଂ ଦେଖିବାକୁ ମିଳିଥିଲା । ଯଶପ୍ରୀତ ବୁମରା ୪ଟି ୱିକେଟ, ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ ନେଇଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ଓ କିରନ୍ ପୋଲାର୍ଡ ୧-୧ ୱିକେଟ ନେଇଥିଲେ । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ୫୭ ରନ୍‌ରେ ବିଜୟୀ ହୋଇ ଚଳିତ ସିଜିନରେ ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଛି।

Leave A Reply

Your email address will not be published.