p purohi

ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଲୁଚୁକିବନ୍ଧ ଚମ୍ପିଏନ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ବିଶିଷ୍ଟ ସମାଜସେବୀ ଲଳିତ ନାୟକ ଏବଂ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଦ୍ଵୀଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ଫାଇନାଲରେବାରପୁଡୁଗିଆକୁ ଟ୍ରାଇ ବ୍ରେକରରେ ହରାଇ ଲୁଚକିବନ୍ଧ ଚମ୍ପିଅନ ଆଖ୍ୟା ହାସଲ କରିଛି । ଏହି ଅବସରରେ ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରକାଶ ଯେ, ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ବରିଷ୍ଠ ଆଇନଜୀବୀ ବୈଷ୍ଣବ ଚରଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ୟ୍ୟକ୍ରମ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଦୀପକ ରଞ୍ଜନ ନାୟକ, ସୋମନାଥ ମିଶ୍ର, ବିବେକାନନ୍ଦ ପଟେଲ, ଗୋବର୍ଦ୍ଧନ କର୍ମୀ, ପ୍ରମୋଦ କର୍ମୀ, ନୀଳାଦ୍ରି ମିଶ୍ର, ଗୌତମ ମହଲା, ରାଜୀବ ସାହୁ, ପ୍ରଶାନ୍ତ ମେହେର ଯୋଗ ଦେଇଥିଲେ । ସମସ୍ତ କାର୍ୟ୍ୟକ୍ରମକୁ ସିଦ୍ଧା ଶ୍ରମ ସେବା ପ୍ରତିଷ୍ଠାନର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ତତ୍ତ୍ଵାବଧାନରେ ସଦାନନ୍ଦ ମହଲା, ବିଜୟ ମହଲା, ସଞ୍ଜୟ, ମିଥୁନ, ରୀଙ୍କୁ, ମନୋଜ, ବିକାଶ, କାଳିଆ, ଅକ୍ଷୟ, ପ୍ରବୀଣ, ରାହାସ ମାଝୀ, ପିଙ୍କୁ ନାଗ ଏବଂ ସଞ୍ଜୟ ନାଏକ ଖେଳ ପରିଚାଳନା କରିଥିଲେ ।

nrusinghnath
Leave A Reply

Your email address will not be published.