ବଙ୍ଗୋମୁଣ୍ଡା ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ କଣ୍ଟାବାଞ୍ଜି ଦଳ

ବଙ୍ଗୋମୁଣ୍ଡା, (ଅର୍ଜୁନ କମୁାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ସର୍ବସାଧାରଣ ଖେଳ ପଡିଆରେ ସ୍ୱାମୀ ବିବେକାନନ୍ଦ ପାଠାଗାର ଓ ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ ହେଉଥିବା ବଙ୍ଗୋମୁଣ୍ଡା ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଷଷ୍ଠ ଦିନରେ ପହଂଚିଛି । ଷଷ୍ଠ ଦିବସରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ବଙ୍ଗୋମୁଣ୍ଡା ଡାକ୍ତରଖାନାର ଡା.ପ୍ରାଣବନ୍ଧୁ ଜଗଦଲା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଷଷ୍ଠ ଦିବସରେ କଣ୍ଟବାଞ୍ଜି ଓ ବଙ୍ଗୋମୁଣ୍ଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ କଣ୍ଟାବାଞ୍ଜି ଦଳ ବିଜୟୀ ହୋଇ ଫାଇନାଲ ମ୍ୟାଚକୁ ପ୍ରବେଶ କରିଛି । ରେଫରୀ ବିବତ୍ସ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଶଶାଙ୍କ ଶେଖର ଦାସ ଯାଦବ, ବୈଷ୍ଣବ ତାଣ୍ଡି, ନବୀନ ସରାଫ ସହ ଯୋଗ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ଡବ୍ଲ୍ୟୁ ହଂସ, ଦିବ୍ୟ ନାଏକ, ରଶ୍ମିକାନ୍ତ ସିନ୍ଦୁର, ଯଯାତି ସିନ୍ଦୁର, ପିଣ୍ଟୁ ଦାସ, ସୁନିଶ ପ୍ରଧାନୀ, ସୁଜିତ ପ୍ରଧାନୀ, ଭରତ ନାଏକ, ମଣ୍ଟୁ ସରାଫ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.