oum

ଡିସେମ୍ବର ୨୨ରୁ କ୍ରିଷ୍ଣା କପ୍ କ୍ରିକେଟ୍

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ ଆସନ୍ତା ଡିସେମ୍ବର ୨୨ ତାରିଖରୁ ୧୯ତମ କ୍ରିଷ୍ଣା କପ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଅଛି । ଏଥିପାଇଁ କ୍ରିଷ୍ଣା କ୍ରିକେଟ କ୍ଲବର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମତିଲ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ଟୁର୍ଣ୍ଣାମେଣ୍ଟ ପ୍ରସ୍ତୁତି ପାଇଁ ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା । କେ.ସି.ସି ଦ୍ଵାରା ଆୟୋଜିତ ଏହି ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେବେ ଓ ଏହାର ଫାଇନାଲ ମ୍ୟାଚ ୨୭ ତାରିଖରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟରେ ବିଜେତା ଦଳକୁ ଟ୍ରଫି ସହିତ ୧୨୦୦୦ ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହିତ ୭୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି କ୍ଲବ ପକ୍ଷରୁ କୁହାଯାଇଛି । ଦିଲୀପ ସାହୁଙ୍କୁ ଦଳ ଚୟନ, ପ୍ରଶାନ୍ତ ସାହୁଙ୍କୁ କୋଷାଧ୍ୟକ୍ଷ, ପ୍ରଦୀପ ସାହୁଙ୍କୁ ଖାଦ୍ୟପେୟ ଓ ସନମ ସାହୁଙ୍କୁ ଶାନ୍ତି ଶୃଙ୍ଖଳା ଦାୟିତ୍ଵ ପ୍ରଦାନ କରାଯାଇଛି । ବୈଠକ ଶେଷରେ ରଜତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.