
ଭିକାରୀ ଚରଣ ମିଶ୍ର
ମୁଁ ଅହଲ୍ୟା ନୁହେଁ
ଦିଅଁ କି ଦେଉଳ ନୁହେଁ
ମୁଁ କୌଣସି ଯୁଗ କି ସଭ୍ୟତା ନୁହେଁ
ଅସ୍ତ୍ର ନୁହେଁ କି ଶସ୍ତ୍ର ନୁହେଁ
ମୁଁ କେବଳ ଆହତ ଖେଳନାଟିଏ
ଏ ବିଶ୍ୱର ବିଶ୍ୱକର୍ମାଙ୍କର ।
ଫୁଲର ଇଚ୍ଛା
ତମ୍ପର ଫଣାରେ ମୋତେ
ଜନ୍ମଦେବ ପ୍ରଭୁ
ତୁମ ପାଦଚିହ୍ନ ପରେ
ଯେଉଁଠି ନଥିବ ଭୟ
ଫୁଟିବା ଆଗରୁ
ଯେମିତି ଫୁଲଟିଏ ମରେ ।
ଈଶ୍ୱର
ମୋ ନାଆଁରେ ସବୁ ଚାଲୁ
ମୁଁ ଚାଲିବିନି
ମୋତେ ପାଇଥିବା ଲୋକ
ଚାଲୁଥିବେ ଯୁଗ ଯୁଗ ଧରି
ସେମାନଙ୍କ ପଛରେ ତୁମେ ଚାଲୁଥିବ
ତା’ ନହେଲେ ପୃଥିବୀ ଘୁରିବ କିପରି!!
ମୋ.ନଂ.: ୯୬୬୮୮୫୫୯୭୬