- ସୁଜାତା ଭୋଇ
ତୁମେ କହେଲ- ଦେ’
ମୁଇଁ ସଁଅପି ଦେଲି ମୋର୍ ପାଦର୍ ମାଏଟ୍,
ମୁଡର୍ ଆକାଶ୍,ଦିହିର୍ ରକତ୍,
ଆର୍ ରକତ୍ ଭିତରର୍ ଚହଲୁଥିଲା ଜୁଏ ।
ତୁମେ କହେଲ- ନେ’
ଆର୍ ମୋର୍ କାନିପନତେ୍ ଜୁଗରେଇ ବସଲ
ଦିହିର୍ ମଏଲା, ମନର୍ କୁଇଲା….
ପନତ୍ ଭିତରୁ ଉଛଲି ପଡୁଥେ
ତମାମ୍ ଅବଗୁନ୍, ଅଚଲନ୍
ସଖାଲ୍ ପାଏଲା ।
ତୁମେ କହେଲ “ଚାଲ୍ ଉଠ୍ ଇନୁ”
ମୁଇଁ ଉଠଲି !
ଫେର୍ କହେଲ ଆଇଛୁ ବେଲେ
ଛନେ ବସିଯା’ ହେଲେ !
ବାକି ସବୁ ବୁହିକରି ଜଲଦି ପଲାବୁ,
ମୁଇଁ କାନ୍ଦଲି ।
ତୁମେ କହେଲ ସହିଦେଲେ ସମୁଦ୍ର ପାର୍ !
ମୁଇଁ କହେଲି ସମୁଦ୍ରପାର୍ କରବାର୍ ଏତକି ସହଜ୍ ?
ତୁମେ ଆଏଁଖ୍ ବଡ୍ ବଡ୍ କରି
ଏକେସକଁଟେ ଦେଖ୍ଲ…
ମୁଇଁ ତୁମ୍ ପଡଲି ।
ତୁମେ କହେଲ ଉଁଆସରାତି ଆଏଜ୍ ଜନ୍ ଦେଖାବୁ !
ମୁଇଁ କହେଲି ଜନ୍ ଆଏଜ୍ ମାଟିଁ ଉଦିଛେ;
ତୁମେ କହେଲ କେନୁ ?
ହେଦେ ଦେଖ ତ କେତେ ବଛର୍ ଉତାରୁ
ଠୁଁଟା ଗଛେ ଆଏଜ୍
ପତର ଟେ କଅଁଲିଛେ ।
ତୁମେ କହେଲ ଅଲକ୍ଷ୍ମୀ ଆଏ !
ମୁଇଁ ଆଶରିଜ୍ ହେଲି
ଅଲକ୍ଷ୍ମୀ ଯଦି ଏତକି ସରଲ୍, ଏତକି ସୁନ୍ଦର୍
ଲକ୍ଷ୍ମୀ ବଏଲେ ଫେର୍ କିଏ ?
ତୁମେ ଫେର୍ କହେଲ
ଚାଲ୍ ମୋର୍ ସେନା ଡାକୁଛେଁ ଯୁଦ୍ଧ କରମା ଆଉ ଯିବୁ…
ମୁଇଁ କହେଲି ମୋର୍ ସେନା କାଇଛେ ?
ତୁମେ କହେଲ
ତୁଇଁ କାଏଁ କରବୁ ସେନା ?
ତତେ ତ ଲଢବାର୍ ଆଗରୁ ହାରିଯିବାର୍ ଅଛେ.. !