oom

-କିଛି ନାଇଁ ହେଲା-

jsmm
  • ସୁଜିତ କୁମାର ସତପଥି

କିଛି ନାଇଁ ହେଲା
ଜୁଗି ନାଇଁ ହେଲା ସମୁଦର୍
ଗହଡି ନାଇଁ ହେଲା ନଏଦ୍
ଆବ୍‌ରି ନାଇଁ ହେଲା ଭୁବ୍‌ରା
ହିଟେଇ ନାଇଁ ହେଲା ଗଏଁଠ୍

ଇହାଦେ ଭି ଲହଁପୁଛେ ନଏଦ୍
ଆର୍ ଗରିକଁଟା, କୁମ୍‌ନା ଧରି
ଜୁଗିଛେଁ ତାହାକେ
ସେନେ ଯେ ସମୁଦରର୍
ଅଚାଲ୍ ଚାଲ୍ ଭଉଁର୍‌ନେ
ହଜୁଛେ କେତେ ଲହଡା
ଆର୍ ମୁଇଁ ରଂଗ୍ ନେଇ
ଚିତ୍‌ରଉଛେଁ ତାହାକେ

ତବି ବି କିଛି ନାଇଁ ହେଲା
ହଜିଗଲେ ମିଲ୍‌ବା ସବୁ ବଲି ଯେନ୍
ମାତିଛେ ନଏଦ୍
କେନେ ବୁଝେଇ ହେଲା ତାହାକେ ?
ନିଜର୍ ସୁକେ ନିଜ୍‌କେ ଏକା ଯେନ୍
ଗିଲୁଛେ ସମୁଦର୍
କେନେ ଭୁର୍‌ତେଇ ହେଲା ତାହାକେ?

ଏତ୍‌କର୍ ନଏଦ୍ ତାର୍ ଭାବେ ଥାଉ
ଧାର୍ ନୁରୁଥାଉ
ଫେନ୍ ଶୁଖୁଥାଉ
ଅଦମ୍‌ପତା ଭାବେ ଭାବ୍ ଯୁଡୁଥାଉ
ସମୁଦର୍ ବି ତାର ଭାବେ ଥାଉ
ଖଏଁଡ୍‌କେ ଆସୁଥାଉ
ଫେନ୍ ଫିରୁଥାଉ
ବାଏଲ୍ ଚର୍‌ଡାର୍ ସାଂଗେ
ଛିଁଛିଆନି ଖେଲୁଥାଉ

ମୁଇଁ ଯେ ଏଁର୍‌ରେଂଗିଆ ଛୁଚେ
ନଦୀର, ସମୁଦରର୍ ଇଝାର୍ କରୁଛେଁ
ଜାନି ଭି ସବୁ ମୋର୍ ଭିତ୍‌ରେ
ଉଥୁଲ୍ ପୁଥୁଲ୍, ଖିନଖିଁଦାଲି
ଢୁଁଡେଇ ହେଉଛେଁ

କିଛି ନାଇଁ ହେଲା
ନିଜ୍‌କେ କେଭେ ଚିନ୍‌ହି ନାଇଁ ହେଲା କି
କେଭେ ପାସ୍‌ରି ନାଇଁ ହେଲା

କିଛି ନାଇଁ ହେଲା ।

ମୋ.ନଂ. : ୭୦୦୮୦୩୯୬୦୧

jittmm
Leave A Reply

Your email address will not be published.