ରାଜଧାନୀ ନେ ଚାକିରି ସାର୍ଲା ଉତ୍ରୁ ବନ୍ଛୋର୍ ବାବୁ ଗାଁ କେ ଫିରି ଆଏଲେ । ଛୁଆ ଦିନୁଁ ତାକର୍ ସଫା ସୁତ୍ରା ଜୀବନ୍ । ଚାଲିଶ ବରଷ୍ର ସରକାରୀ ଚାକିରି ଭିତ୍ରେ ବି ତାକର୍ ଦିହେଁ କେବେ କଲା ନେଇଁଲାଗି । ତାକର୍ କଥା ଯେନତା ପର୍ଛା ଉର୍ଛା, ତାକର୍ ବେଭାର୍ ବି ହେନ୍ତା ଖୁଲାମେଲା । ଦୁଖେ ସୁଖେ ସମ୍କର୍ ସାହା ଭର୍ସା ହେବାର ମେତାନ୍ ମୁନୁଷ୍ । ଇଥିର୍ ଲାଗି ଚାଲିଶ ବରଷ୍ ଧରି ସରକାରୀ ଚାକିରି କରିଥିଲେ ବି ତାକର୍ ହାତ୍ ଶୂଇନ୍ । ପେନ୍ସନ୍ ମୁଠେ ଥି ଉଲେଦୁଲେ ସଁସାର୍ ଚଲି ଯଉଛେ । ଛୁଆପୁତାକର୍ ଆର୍ ଜଁଜାଲ୍ ନେଇଁନ’ । ଦୁହି ଝି’ ଚାକିରି କରି ବିହା ବର୍ପନ୍ ହେଇ ରାଏଜ୍ ବାହାରେ ରହୁଛନ୍ । ଗାଁ ଥି ଦୁହି ବୁଢ଼ାବୁଢ଼ି ।
ବନ୍ଛୋର୍ ବାବୁ ଦେଖ୍ଲେ, ସହରେ ଯେନ୍ତା ଗୁର୍ଦୁ ସୁବିଧା ଥି ସୁଖେ ରହୁଛନ୍ ଲୋକ୍, ଗାଁ ଥି ସେଟା ସାତ୍ ସପନ୍ । ହେତିର୍ ଲାଗି ବନ୍ଛୋର୍ ବାବୁ ଗାଁର କିଛି ଉନ୍ନତି କର୍ବାର୍ ଲାଗି ସରପଁଚ୍ ହେବାର୍ କେ ମନ୍ କରିଛନ୍ । ତାକର୍ ସାଙ୍ଗେ ଗାଁ ମହାଜନ୍ର ପୁଓ ବି ସରପଁଚ୍ ଥି ଉଠିଛେ । ହେଲେ ବି ତାକର୍ ଚିନ୍ତା ନେଇଁ । ଜିତା ହରା କେ କିଏ ପଚ୍ରଉଛେ!
ଦିନା ପାଁଚେ ବାଁକି ଥାଏ ଭୋଟ୍ ଦିନ୍କେ । ଘର୍କେ ଘର୍ ଯାଇକରି ଟିକେ ଗାଁର୍ ଲୋକକୁ ଭେଟ୍ବେ ବଲି ବନ୍ଛୋର୍ ବାବୁ ବାହାରିଲେ । ପହେଲା ମାଖ୍ନୁ ବବା ଘରେ ପୁହୁଁଚିଲେ । ବଡ଼ା ଗହ ଗହ ହେଲେ ମାଖ୍ନୁ ବବା ଆର୍ ଖଟ୍ ପାରିଦେଲେ । ବନ୍ଛୋର୍ ବାବୁ ବସ୍ଲେ । ଗାଁର୍ ସବୁ ଅସୁବିଧା କଥା କହିକରି ବନ୍ଛୋର୍ ବାବୁ ଇ’ଖେପି ମତେ ଭୋଟ ଦେବ ବବା, ଗାଁର କିଛି ଉନ୍ନତି କର୍ମା ବଲି କହେଲେ । ବନ୍ଛୋର୍ ବାବୁଙ୍କର୍ କଥା ଶୁନି କରି ମାଖ୍ନୁ ବବା ଟିକେ ମୁଲ୍କି ହଁସା ମାରି କରି କହେଲେ – ଠିକ୍ କଥା ଯେ ବାବୁ…. ସକାଲୁ ସକାଲୁ ମହାଜନ୍ର ପୁଓ ଆସିଥିଲା । ସେ ଭୋଟ୍ ଗୁଟେକେ ପାଁଚ୍ ଶ’ ଲେଖାଁ ଦେମି ବଲୁଛେ । ତମେ କେତେ ଦେବ….?
ତୁମ୍ ପଡ଼ିଦେଲେ ବନ୍ଛୋର୍ ବାବୁ ଆର୍ ଟରୋ ଟରୋ ନିଜର୍ ଘର୍କେ ଫିରି ଆଏଲେ ।
- ଆଂନଦ ଚଂଦ୍ର ସାହୁ