ଭୀମସାରରେ ପୁଣି ରାଗିଂ

ସମ୍ବଲପୁର : ଭୀମସାରରେ ପୁଣି ରାଗିଂ ଅଭିଯୋଗ । କିଛି ଦିନ ପରେ ପୁଣି ଭୀମ୍‌ସାରରେ ଉଠିଛି ରାଗିଂ । ଭୀମସାଦ୍ୱିତୀୟ ବର୍ଷର ଛାତ୍ର ହଷ୍ଟେଲ୍‌ରେ ଥିବା ବେଳେ କିଛି ଜଣ ତୃତୀୟ ବର୍ଷର ଛାତ୍ର ପହଞ୍ଚି ତାଙ୍କୁ ଚିହ୍ନିଛି କି ବୋଲି ପଚାରିଥିଲେ । ଦ୍ୱିତୀୟ ବର୍ଷର ଛାତ୍ର ଜଣକ ମନା କରିବା ପରେ ମାଡ ପିଟ୍‌ କରିବା ସହ ଗାଲି ଗୁଲଜ କରିଥିଲେ । ଫଳରେ ଛାତ୍ର ଜଣକ ପରିବାରରେ ଜଣାଇବା ପରେ ତାଙ୍କ ମା ମୌଖିକ ଭାବେ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ପରେ ଆଣ୍ଟିଂ ରାଗିଂ ସେଲର ବୈଠକ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି । ଅନ୍ୟପଟେ ଆଣ୍ଟିଂ ରାଗିଂ ସେଲ୍ ବୈଠକ ପରେ ସବ କମିଟି ଗଠନ ହୋଇ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଛି ବୋଲି ସୂଚନା ରହିଛି ।

Leave A Reply

Your email address will not be published.