oom

ବ୍ରାହ୍ମଣଡିହିରେ ବାର୍ଷିକ ଉତ୍ସବ, ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବ୍ରାହ୍ମଣଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ, ଭାଷା ସାହତ୍ୟ ଓ ସୃଜନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମହାଦେବ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଛେତଗାଁ ସରପଞ୍ଚ, ବନିତା ମହାନନ୍ଦ ମୁଖ୍ୟ ବକ୍ତା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ ସମ୍ମାନିତ ଅତିଥି, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଲେନ୍ଦ୍ର ବାରିକ, ଦୟାନିଧି କୈବର୍ତ୍ତ, ପ୍ରତିମା ଭୋଇ, ଭରତ ବିଶି, ଯଦୁମଣି ଭୋଇ, ନିରଂଜନ ହରିଜନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭୋଜରାଜ ଭୋଇ ଯୋଗ ଦାନ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ଶିକ୍ଷକ ଅମିତା ଦାସ, ଶ୍ୱତରାମ ବରିହା, ରାଜୀବ ଶବରଙ୍କ ସମେତ ବ୍ରାହ୍ମଣଡ଼ିହି ଗ୍ରାମର ଜନସାଧାରଣ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଆଶାଲତା ଭୋଇ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.