oom

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘର ଧାରଣା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ତଥା କର୍ପୋରେଟ ପୋଷଣ ନୀତି ବିରୁଦ୍ଧରେ ଗତ ଦୁଇ ଦିନ ଧରି ସାରା ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଜାରି ରହିଛି । ସେହି ପରିପ୍ରେକ୍ଷୀରେ ବଲାଙ୍ଗିରର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘ ଗତ ଦୁଇ ଦିନ ଧରି ବ୍ୟାଙ୍କ କାର୍ଯ୍ୟ ବନ୍ଦ କରିବା ସହିତ ବ୍ୟାଙ୍କ ମୁଖ୍ୟାଳୟ ସାମନାରେ ଧାରଣାରେ ବସିଥିଲେ । ଏହି ଧାରଣାରେ ଉଭୟ କର୍ମଚାରୀ ସଂଘ ଓ ଅଫିସର ସଂଘ କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୈତିକ ନୀତିର ତିିବ୍ର ସମାଲୋଚନା କରିବା ସହିତ ଆଗାମୀ ଦିନରେ ବ୍ୟାଙ୍କ ସଂଘର ଦାବୀ ଗୁଡିକ ପୂରଣ କରାନଗଲେ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ଯିବାକୁ ବାଧ୍ୟ ହେବ ବୋଲି ସଂଘ କହିଛି । ପ୍ରକାଶ ଯେ ଗତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମନ ଦେଶର ଦୁଇଟି ମୁଖ୍ୟ ବ୍ୟାଙ୍କକୁ ଘରୋଇକରଣ କରାଯିବା ନେଇ ପ୍ରସ୍ତାବ ଦେଇଥିଲେ । ଏହାକୁ ସର୍ବ ଭାରତୀୟ ସ୍ତରରେ ବ୍ୟାଙ୍କ କର୍ମଚାରୀମାନେ ବିରୋଧ କରିଥିଲେ । ସେହି କ୍ରମରେ ସର୍ବ ଭାରତୀୟ ମିଳିତ ବ୍ୟାଙ୍କ କର୍ମଚାରୀ ମହାସଂଘ ଗତ ଦୁଇ ଦିନ ଧରି ଦେଶ ସାରା ବ୍ୟାଙ୍କ କାର୍ଯ୍ୟ ବନ୍ଦ ରଖିଥିଲା । କେନ୍ଦ୍ର ସରକାରଙ୍କ ଏଭଳି ନୀତି ଦେଶକୁ ଅର୍ଥନୈତିକ କ୍ଷେତ୍ରରେ ଆହୁରି ପଛେଇ ନେବା ସହିତ ଗରିବ ଜନସାଧାରଣଙ୍କର ଭବିଷ୍ୟତ ଅନ୍ଧକାର କରିଦେବ । କେବଳ କିଛି ପୁଞ୍ଜିପତିଙ୍କ ଲାଭାର୍ଥେ କରାଯାଉଥିବା ଏହି ଅର୍ଥନୈତିକ ସଂଶୋଧନ ଆଗାମୀ ଦିନରେ ଦେଶ ତଥା ଦେଶବାସୀଙ୍କ ପାଇଁ କାଳ ହେବ । କେନ୍ଦ୍ରର ବିଜେପି ସରକାର ଦେଶର ସମ୍ପୁର୍ଣ୍ଣ ଅର୍ଥନୈତିକ ବିକାଶର ନାରା ଦେଇ ୨୦୧୪ରେ କେନ୍ଦ୍ର ଗାଦି ପାଇଥିଲା । କିନ୍ତୁ ଏହି ସରକାର ଆସୁ ଆସୁ ଦେଶର ବିଭିନ୍ନ ବ୍ୟାଙ୍କର ଘରୋଇକରଣ ଓ ସମିଶ୍ରଣ ଆରମ୍ଭ କରି ଜନସାଧାରଣଙ୍କର ଅର୍ଥନନୀତି ଓ ବ୍ୟାଙ୍କ କର୍ମଚାରୀଙ୍କର ଚାକିରି ପ୍ରତି କୁଠାରଘାତ କରିଛି । ଯାହା ଧିରେ ଧିରେ ଦେଶର ଅର୍ଥନୈତିକ ଅବସ୍ଥାରେ ପରିଲକ୍ଷିତ ହେଉଛି । ତେଣୁ କେନ୍ଦ୍ର ସରକାର ଏଭଳି ଦେଶ ବିରୋଧି ତଥା ଜନ ବିରୋଧି କାର୍ଯ୍ୟକ୍ରମରୁ ବିରତ ରହିବା ସହ ବ୍ୟାଙ୍କମାନଙ୍କର ସଂପ୍ରଭୃତା ଓ ସ୍ୱତନ୍ତ୍ରତା ଫେରାଇ ଆଣନ୍ତୁ ବୋଲି ସଂଘ ତରଫରୁ ଦାବୀ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅଲ୍‌ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଫେଡେରେସନ ତଥା ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ସାଧାରଣ ସଂପାଦକ ପୁଲିନ ମିଶ୍ର, ଅଫିସର ସଂଘ ସାଧାରଣ ସଂପାଦକ ଶିତିକଣ୍ଠ ମିଶ୍ର, ପୂର୍ବତନ ସାଧାରଣ ସଂପାଦକ ଅଶୁତୋଷ ମିଶ୍ର, ରିଟାରି ୱେଲଫେୟାର ଏସୋସିଏସନର ସଂପାଦକ ଯୁଗଲ କିଶୋର ପଟେଲ, ଅଧ୍ୟକ୍ଷ ଦ୍ୱାରିକାନାଥ ପଟେଲ ତଥା ଅନ୍ୟାନ୍ୟ ସଭ୍ୟଗଣ ଉଦ୍‌ବୋଧନ ଦେଇ ସଂଘର କାର୍ଯ୍ୟକଳାପକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ ।

jittmm
Leave A Reply

Your email address will not be published.