jayashree

ସୋହେଲା ସାହିତ୍ୟ ସଂସଦର ସାରସ୍ବତ ଆସର ଉଷନେକ୍-୨୧ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ସଂସ୍କୃତି ଭବନ ଠାରେ ସୋହେଲା ସାହିତ୍ୟ ସଂସଦର ସାରସ୍ବତ ଆସର ଉଷନେକ୍-୨୧ ସାହିତ୍ୟିକ ଟେକଚାନ୍ଦ ଦୁଆନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋହେଲା ବ୍ଲକ ଚେୟାରମ୍ୟାନ୍ ଜୀବର୍ଦ୍ଧନ ବରିହା, ସମ୍ମାନିତ ଅତିଥି ଭାବେ ଡା. ଶିଶିର କୁମାର ସାହୁ, ଉତ୍ପନ୍ନ ଭୋଇ, ଗୀର୍ଜେଶ ଖାଡଙ୍ଗା ଯୋଗ ଦେଇଥିଲେ। ସତ୍ଯାଗ୍ରହ ସ୍ମାରକୀ ପୀଠରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ପରେ କବି ମୁନିରାମ କୁମ୍ଭାରଙ୍କ ସଂଯୋଜନାରେ କବିତା ଆସରରେ ବରଗଡ଼, ସୋନପୁର, ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡାର ବହୁ କବି ସ୍ବରଚିତ କବିତା ପାଠ କରିଥିଲେ। ଏହି କବିତା ଆସରରେ ରାଜେଶ କାରିଆ, ସୁକୁମାର ଭୋଇ, ଅଶୋକ ପୂଜାରୀ, ପଙ୍କଜିନୀ ମେହେର ସମୀକ୍ଷା କରିଥିଲେ। କବିତା ଆସରରେ ମୁଖ୍ୟ ଅତିଥି ଭାବେ ଯୁବନେତା ସୁବ୍ରତ ସିଂ ଯୋଗଦାନ କରି ଉପସ୍ଥିତ କବିଙ୍କ କବିତାଗୁଡିକୁ ଏକ ପତ୍ରିକା ଭାବେ ପ୍ରକାଶିତ କରିବାକୁ ପ୍ରତିଶୃତି ଦେଇଥିଲେ। ସୁଶାନ୍ତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଡ. ସୁବାସ ମେହେର, ମଞ୍ଜୁଦେବୀ, ଉପସ୍ଥିତ ରହି ସମସ୍ତ କବିଙ୍କୁ ମାନପତ୍ର, ପୁସ୍ତକ ଉପହାର ପ୍ରଦାନ କରିଥିଲେ। ଉଦଘାଟନୀ ଓ ଉଦଯାପନୀ ସଭାକୁ କେଦାରନାଥ ସାହୁ ସଂଯୋଜନା କରିଥିବା ବେଳେ କବି ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭିକ ସଂଗୀତ ଆକାଶବାଣୀ କଳାକାର ଦୟାନିଧି କୁମ୍ଭାର ଗାନ କରି ଥିବା ବେଳେ ନୃତ୍ୟ କଳାକାର ସରିତା ବେହେରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଏହି ସାରସ୍ବତ ଉତ୍ସବକୁ ବିକାଶ ଚନ୍ଦ୍ର ସାହୁ, ନକୁଳ ମେହେର, ଟେକଚାନ୍ଦ ମେହେର, କିଶୋର ଗଡତିଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.