ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ବାବା ସାହେବ ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡ଼ା ଛକ ରେଙ୍ଗାଲି ହାଇସ୍କୁଲ ପରିସରଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ତରଫରୁ ଭାରତ ରତ୍ନ ବାବା ସାହେବ ଡ଼. ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଯୋଗଦାନ କରି ଆମ୍ବେଦକରଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଭାବରେ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ନବରଙ୍ଗପୁର ଜିଲ୍ଲା ପରିଷଦ ସଭାପତି ମୋତିରାମ ନାଏକ, ସଇଁତଲା ବିଡିଓ ଚନ୍ଦ୍ରମଣି ସୁନା, ସଇଁତଲା ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ସଭାପତି ତଥା ଓକିଲ ପ୍ରୀତିସାଗର ମହାନନ୍ଦ, ଯୁବ ଓକିଲ ତଥା ଟିଟିଲାଗଡ଼ ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ, କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟ ଅଧ୍ୟାପକ ଜିତେନ୍ଦ୍ର ସୁନା, କୁଇକେଡ଼ା ସରପଞ୍ଚ ଯୁଗଲାଲ ମାଝୀ, ଗଣ୍ଡପତ୍ରା ପାଲି ସରପଞ୍ଚ ମନୀଷ ସୁନା, ରେଙ୍ଗାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ କୂଳମଣି ଯୋଶୀ ଓ ନାଏବ ସରପଞ୍ଚ ବନ୍ଦିତା ପଟେଲ ପ୍ରମୁଖ ଯୋଗଦାନ କରି ଆମ୍ୱେଦକରଙ୍କ ଜୀବନୀ ଉପରେ ଆଲୋଚପାତ କରିଥିଲେ । ଉକ୍ତ ସଭାକୁ ପଶ୍ଚିମ ଓଡିଶା ମହିଳା ସଂଗଠନର ସଭାନେତ୍ରୀ ସବିତା ନନ୍ଦ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦିକା ସୁଷମା ବଏ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମଲ ସୁନା, ମାଳତୀ ମହାନନ୍ଦ, ସାମୁଏଲ ନନ୍ଦ, ତ୍ରିଲୋଚନ ନନ୍ଦ, ତରଣୀ ଦୀପ, ବିନୋଦ ନାଗ, ରଞ୍ଜନ ବାଗ, ସୂର୍ଯ୍ୟମଣି ସୁନା, ଦ୍ରୋଣ କୁମ୍ଭାର, ଦ୍ରୌପଦୀ ତାଣ୍ଡି ଓ ମକରଧୂଜ ତାଣ୍ଡିଙ୍କ ସମେତ ବହୁ ଲୋକ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.