oom

କବି ବିଶ୍ୱନାଥ ବଳଙ୍କ ‘ଭେଜା ଭେଜାଲ କରନା’ ଉନ୍ମୋଚିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବାମବାଦୀ ଦର୍ଶନରେ ବିଶ୍ୱସ ରଖିଥିବା କବି ବିଶ୍ୱନାଥ ବଳଙ୍କ ତୃତୀୟ କବିତା ସଂକଳନ ‘ଭେଜା ଭେଜାଲ କରନା’ ସେକ୍ଟର ୫ କଲଚରାଲ ଏକାଡେମୀଠାରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ସତ୍ୟପ୍ରୀୟ ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସୁଶିଳାବତୀ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡଃ ସଞ୍ଜୟ ହାତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ବାସ୍ତବବାଦୀ ଓ ମାର୍କ୍ସବାଦୀ ସାହିତ୍ୟିକ କବି ଶ୍ରୀ ବଳ ଦୀର୍ଘ ୮୮ବର୍ଷରେ ପଦାର୍ପଣ କରି ମଧ୍ୟ ଆଜି ସମାଜରେ ଚାଲିଥିବା ଅନ୍ୟାୟ ଅତ୍ୟାଚାର ଓ ନିପିଡନ ବିରୁଦ୍ଧରେ ତାଙ୍କର ଲେଖନୀ ଚାଳନା ଜାରି ରଖିଛନ୍ତି । ପୁସ୍ତକଟିକୁ ସମୀକ୍ଷା କରିଥିଲେ କବି ବଳରାମ ରାଉଳ । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକଙ୍କ ସମେତ ଗଗନ ବିହାରୀ ଧଳ, ପଶୁପତିନାଥ ଚାଟାର୍ଜୀ, ଡାକ୍ତର କୃପାସିନ୍ଧୁ ନାୟକ, ମିତା ପ୍ରଧାନ, ଅକ୍ଷୟ ସାମଲ, ବିଚିତ୍ରାନନ୍ଦ ସାହୁ, ଆର୍ତ୍ତତ୍ରାଣ ମହାପାତ୍ର, ଡଃ ପ୍ରଭାତ କୁମାର ମଲ୍ଲିକ, ଅଜିତ ନାୟକ ଏବଂ ଶ୍ରୀବଳଙ୍କ ପରିବାର ଓ ବନ୍ଧୁବର୍ଗ ଯୋଗଦେଇ ଥିଲେ ।

jittmm
Leave A Reply

Your email address will not be published.