ପଞ୍ଚମ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜ଼ିଲ୍ଲା ଅନ୍ତର୍ଗତ ସତଲମା ଗ୍ରାମରେ ପଞ୍ଚମ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ସମଲେଶ୍ୱରୀ ଭଲିବଲ ସଂଘ ଆନୁକୂଲ୍ୟରେ ସତଲମା ବାଳକ ପ୍ରାଥମିକ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ଫାଇନାଲ ମ୍ୟାଚ ରେ ବରପାଲି ଦଳ ଅଡ଼ଗାଁ ଦଳ କୁ ୨-୧ ସେଟ୍‌ରେ ପରାସ୍ତ କରିଥିଲା । ଅଡ଼ଗାଁ ଦଳର ହର ମ୍ୟାନ ଅଫ ଦ ମ୍ୟାଚ ହୋଇଥିବା ବେଳେ ନୀଳ ମ୍ୟାନ ଅପ ଦ ସିରିଜ ହୋଇଥିଲେ । ସକାଳର ଉଦଘାଟନୀ ଉତ୍ସବରେ କୁନାଲ ଭୋଇ ସମିତି ସଭ୍ୟ ସତଲମା ଗ୍ରାମ ପଂଚାୟତ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଶଶଧର ସାହୁ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତା ରେ ଆଠଟି ଦଳ ଭାଗ ନେଇଥିବା ବେଳେ ମ୍ୟାଚକୁ ରେଫରୀ ସୁଶାନ୍ତ ସାହୁ ଓ ରଞ୍ଜନ ପଧାନ ପରିଚାଳନା କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଝରଣ ସୁନ୍ଦର ଦୀପ, ଶଶଧର ସାହୁ, ଦୀନେଶ ସାହୁ, ପ୍ରଜାରଞ୍ଜନ ମେହେର ଓ ବିନୟ ସାହୁ ଯୋଗଦାନ କରି କୃତି ଖେଳାଳି ମାନଂକୁ ପୁରସ୍କୃତ କରିଥିଲେ । ଏହି କାର୍ୟ୍ୟକ୍ରମକୁ ସୁବୋଧ କୁମାର ସାହୁ ପରିଚାଳନା କରିଥିବା ବେଳେ ସଂଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର ପ୍ରୀତେଶ, ପୁଣ୍ୟଶ୍ଳୋକ, ପ୍ରୀତମ, ଟୁକୁଲୁ, ରାମଚନ୍ଦ୍ର, ରୋଶନ, ବାବୁଲୁ, ଗୋକୁଳା,ରୋଶନ, ମହେନ୍ଦ୍ର, ସୁଶୀଲ, ବିଜୟ, ସୁବ୍ରତ, ଭିକି, ସଂଜୀବ ଓ ମାନସ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!