oom

ବଲାଙ୍ଗିର ପ୍ରଥମ ଫ୍ଲଡ୍‌ ଲାଇଟ୍‌ ଭଲି ବଲ୍‌ ଚମ୍ପିଆନ୍‌ସିପ୍‌ ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ଅପରାହ୍ନ ୪.୩୦ ସମୟରେ ଜିଲ୍ଲା କ୍ରୀଡ଼ା ସମ୍ପାଦକ ହରିନାରାୟଣ ପୁଜାରୀଙ୍କ କରକମଳରେ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ପରିସରରେ ଫ୍ଲଡ୍‌ ଲାଇଟ୍‌ ଖେଳ ପଡିଆ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରର ୬ ଗୋଟି ଦଳକୁ ନେଇ ଏକ ଭଲି ବଲ୍‌ ଚାମ୍ପିଆନ୍‌ସିପ୍‌ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ବଲାଙ୍ଗିର ଦଳ ଲୁକାପଡା ଦଳକୁ ୨-୦ ସେଟ୍‌ରେ ହରାଇ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ପାଟଣାଗଡ ଦଳ ଶିବତଲା ଦଳକୁ ୨-୦ ସେଟ୍‌ରେ ହରାଇ ବିଜୟ ହୋଇଛି । ତୃତୀୟ ମ୍ୟାଚରେ ବଲାଙ୍ଗିର ଦଳ ସୋନପୁର ଦଳକୁ ୨-୦ ସେଟ୍‌ରେ ହରାଇ ଫାଇନାଲକୁ ଉନ୍ନିତ ହୋଇଥିଲା । ଚତୁର୍ଥ ମ୍ୟାଚରେ ଶିକ୍‌ସର କ୍ଳବ ବଲାଙ୍ଗିର ଶିବତଲାଠାରୁ ୨-୦ ସେଟ୍‌ରେ ବିଜୟୀ ହେଲେ ଏବଂ ପଞ୍ଚମ ମ୍ୟାଚରେ ସୋନପୁର ଦଳ ଲୁକାପଡା ଦଳକୁ ୨-୦ ସେଟ୍‌ରେ ହରାଇ ବିଜୟୀ ହୋଇଥିଲେ । ଷଷ୍ଠ ମ୍ୟାଚ୍‌ରେ ଶିକ୍‌ସର କ୍ଳବ ପାଟଣାଗଡ ଦଳକୁ ୨-୦ ସେଟ୍‌ରେ ହରାଇ ଫାଇନାଲକୁ ଉନ୍ନିତ ହୋଇଥିଲେ ।

ବଲାଙ୍ଗିର ଦଳ ଏବଂ ଶିକ୍‌ସର କ୍ଳବ ମଧ୍ୟରେ ଫାଇନାଲ ଖେଳ ଜାରି ରହିଛି । ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ଖୋଖୋ ପ୍ରଶିକ୍ଷକ ତଥା ପୂର୍ବତନ ଭଲି ବଲ୍‌ ଖେଳାଳି ପଦ୍ମଚରଣ ଦାସ, ପୁର୍ବତନ ଭଲିଭଲ ଖେଳାଳି ପ୍ରଶାନ୍ତ ପଟ୍ଟନାୟକ, ନୁଆପଡା ଜିଲ୍ଲା କ୍ରିଡାଅଧିକାରୀ ଅଜୟ ପଟ୍ଟନାୟକ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଦଧିବାବନ ଟାଲି, ପାଟଣାଗଡ କ୍ରୀଡା ଶିକ୍ଷକ ବସନ୍ତ କୁମାର ମେହେର, ସିଲନ ମିଶ୍ର, ବିପିନ ବିହାରୀ ସାହୁ, ଜଗଦାନନ୍ଦ ମିଶ୍ର, ରଞ୍ଜିତ ବେହେରା ପ୍ରମୁଖ ଯୋଗଦାନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ରାଜୀବ ଲୋଚନ ବେହେରା, ମନୋଜ ସାହୁ, ଜିତେନ୍ଦ୍ର ବାରିକ, ହୃଦୟ ଶବର, ସ୍ୱାଗତ ସୁଭଙ୍କର ତ୍ରିପାଠୀ ପରି·ଲାନା କରିଥିଲେ ।

jittmm
Leave A Reply

Your email address will not be published.