ଥୁଆମୂଳ ରାମପୁର ସରକାରୀ ଡିଗ୍ରୀ କଲେଜ ଶିକ୍ଷାମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସରକାର ରାଜ୍ୟର ୧୮ଟି ବ୍ଲକରେ ନୂତନ ସରକାରୀ +୩(ଡିଗ୍ରୀ )କଲେଜ ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୂତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ଭର୍ଚୁଆଲ ମୋଡରେ ୧୪ଟି ମହାବିଦ୍ୟାଳୟର ଉଦ୍‌ଘାଟନ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଠାରେ ମଧ୍ୟ ଏକ ଡିଗ୍ରୀ କଲେଜ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପାଇଁ ଏହି ମହାବିଦ୍ୟାଳୟ ଅଞ୍ଚଳବାସୀଙ୍କ ଆଶାର ଆଲୋକ ପାଲଟିବ । ଏହି ମହାବିଦ୍ୟାଳୟରେ ୯୬ଟି ସିଟ୍ ମଧ୍ୟରୁ ଏଯାଏ ୧୬ ଜଣ ବିଦ୍ୟାର୍ଥୀ ଆବେଦନ କରି ଆଡ଼ମିଶନ କରିଛନ୍ତି । ସେଥିପାଇଁ ଅଫ୍ ଲାଇନରେ ମଧ୍ୟ ଆବେଦନ କରି ଆଡ଼ମିଶନ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ବିଡିଓ ଧ୍ରୁବ ଚରଣ ମୁଦୁଲି, ମହାବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ଵର ଉଥାନ ସିଂ, +୨ କଲେଜ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, ବିଜେଡି ଓ ବିଜେପିର କର୍ମକର୍ତ୍ତା, ଅଞ୍ଚଳର ଅନେକ ବୁଦ୍ଧିଜୀବୀ, ଶିକ୍ଷପ୍ରେମୀ, ସମାଜସେବୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.