ରାଉରକେଲା, (ସସ୍ମିତା ପ୍ରଧାନ) : ବରଟୋଲି ସ୍ଥିତ ଭାଗବତ ଅଗଣାରେ ତୁଳସୀ ପୂଜନ ମହା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଆୟୋଜକ ବରଟୋଲି ସାଂସ୍କୃତିକ ପରିଷଦର ସଭାପତି ରମାକାନ୍ତ ସୂତାର, ଭାଗବତ ଅଗଣାର ସଭାପତି ସୁପ୍ରଭା ଆଚାର୍ଯ୍ୟ ଓ ଅନ୍ୟ ସଭ୍ୟ-ସଭ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ତୁଳସୀ ପୂଜନର ମୁଖ୍ୟ, ବେଦାନ୍ତ ସେବା ସମିତି-ହନୁମାନ ବାଟିକାର ଉପାଧ୍ୟକ୍ଷ ସମୀର କୁମାର ପଟ୍ଟନାୟକ, ସହଯୋଗୀ ପ୍ରୀତି ବିଶ୍ଵକର୍ମା ଲଳିତ-ମଧୁର କଣ୍ଠରେ ତୁଳସୀ ମାଆଙ୍କ ବନ୍ଦନା କରିବା ସହ ତୁଳସୀ ପୂଜାର ମହାତ୍ମ୍ୟ ଆଲୋଚନା କରିଥିଲେ । ସନାତନ ଧର୍ମ ଓ ହିନ୍ଦୁ ସଂସ୍କୃତିରେ ତୁଳସୀ ମାତା ସମସ୍ତଙ୍କ ଘର ଅଗଣାରେ ପୂଜା ହେଉଥିବା ବେଳେ ଏହାର ମହତ୍ତ୍ୱ ଆମେ ଉପଲବ୍ଧି କରିନଥା’ନ୍ତି । ଭାଗବତ ଅଗଣାର ସମ୍ପାଦିକା ଲକ୍ଷ୍ମୀବାଳା ଆଚାର୍ଯ୍ୟ ଓ ସଭ୍ୟା ପ୍ରତିଭା ଦାସ, ରୀନା ବେହେରା, ମୀନା ବାରିକ ପ୍ରମୋଦା ନାୟକ, ମାଳାବତୀ ନାୟକ, ତାପସ ମୋହିନୀ ଦାସ, ସ୍ୱପ୍ନା ପଟ୍ଟନାୟକ, ଶାନ୍ତି ଝା, ପ୍ରଭାତୀ ବାରିକ, ତ୍ରିବେଣୀ ସୂତାର, ସୁପ୍ରଭା ମହାନ୍ତି, ସସ୍ମିତା ବିଶ୍ୱାଳ, ତେଜସ୍ଵିନୀ ସାହୁ, ଚନ୍ଦ୍ରମା ନାୟକ, ବିରାଜିନୀ ପ୍ରଧାନ, ଇନ୍ଦୁମତୀ ବିଶ୍ୱାଳ, ଗୀତାରାଣୀ ପଣ୍ଡା, ରୀନି ବାରିକ, ସରସ୍ୱତୀ ଜେନା, ସରୋଜିନୀ ବର୍ମା ପ୍ରମୁଖ ମହିଳା ତୁଳସୀ ପୂଜନରେ ସହଭାଗୀ ହୋଇଥିଲାବେଳେ ଅଲେଖ ଚନ୍ଦ୍ର ପାଣି, ଧନେଶ୍ଵର ଦାସ, ଚନ୍ଦ୍ରକାନ୍ତ ପରିଡ଼ା, କିଶୋର ମହାନ୍ତି ପ୍ରମୁଖ ସଭ୍ୟ-ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ସହ ଭାବ ଭକ୍ତିର ତାଳେ ତାଳେ ଭାଗବତ ଅଗଣାକୁ ଆଧ୍ୟାତ୍ମିକମୟ କରି ତୋଳିଥିଲେ ।
Prev Post