ସ୍ୱାମୀର ନିର୍ଯ୍ୟାତନାରେ ଅତିଷ୍ଟ ହୋଇ ନ୍ୟାୟ ପାଇଁ ଟାଉନ ଥାନାର ଦ୍ୱାରସ୍ଥ ହେଲେ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିଦିନ ସ୍ୱାମୀ ଜଣକ ନିଜ ସ୍ତ୍ରୀକୁ ନିତି ପିଟାମରା କରୁଥିଲା । ସ୍ତ୍ରୀ ଗର୍ଭବତୀ ଥିବା ଜାଣି ବି ତାକୁ ଶାରୀରିକ ନିର୍ଯ୍ୟାତନା ଦେଉଥିଲା । ଶେଷରେ ଅତିଷ୍ଟ ହୋଇ ସ୍ତ୍ରୀ ଜଣକ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏପରି କିଛିି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ମ୍ୟୁନିସିପାଲିଟି ଅନ୍ତର୍ଗତ ରାଜେନ୍ଦ୍ରପଡାରେ । ଏହି ପଡାର ଅଧିବାସୀ ମହେନ୍ଦ୍ର ସାହୁ ପେସାରେ ଜଣେ ଡ୍ରାଇଭର ଅଟନ୍ତି । ସେ ପ୍ରତିଦିନ ଘରକୁ ନିଶାସକ୍ତ ଅବସ୍ଥାରେ ଆସି ବିଭିନ୍ନ ପ୍ରକାର ମାରପିଟ କରୁଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ସସ୍ମିତା । ସ୍ୱାମୀର ନିର୍ଯ୍ୟାତନାରେ ଅତିଷ୍ଟ ହୋଇ ସ୍ତ୍ରୀ ଜଣକ ନ୍ୟାୟ ପାଇଁ ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସ୍ୱାମୀଙ୍କ ବିରୁଦ୍ଧରେ ସ୍ତ୍ରୀ ସସ୍ମିତା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.