oum

ପ୍ରାଥମିକ ଶିକ୍ଷାରେ ଗ୍ରାମ ପଂଚାୟତର ଭୂମିକା ସମ୍ପର୍କରେ ତାଲିମ

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ, ଓଡ଼ିଶାର ସରକାରଙ୍କ ସହଯୋଗରେ ମ.ରାମପୁରର ୧୦ ଜଣ ଅଙ୍ଗନୱାଡ଼ି କର୍ମୀ ଓ ୧୦ ଜଣ ୱାର୍ଡ ମେମ୍ବର/ ନାଏବ ସରପଞ୍ଚଙ୍କୁ ନେଇ ଏକ ତିନି ଦିନିଆ ତାଲିମ ଶିବିର ଆଜି ଆରମ୍ଭ ହୋଇ ଯାଇଛି । ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ମ.ରାମପୁରର ମହାଶକ୍ତି ସମ୍ମିଳନୀ ଗୃହରେ ଏହି ତାଲିମ ଅନୁଷ୍ଠିତ ହୋଇଥିବା ବେଳେ ସାଧନ କର୍ମୀ ପ୍ରଦ୍ୟୁମ୍ନ ମିଶ୍ର ଓ ସୁରେଶ ସଂଗ୍ରାମ ଯୋଗ ଦେଇଥିଲେ । ସଂଯୋଜନା ପ୍ରକାଶ ଚନ୍ଦ୍ର ସାହୁ କରିଥିବା ବେଳେ ଯତୀଶ ନାୟକ, ମମିତା ପୁଝାରୀ, ବଂଶୀ ରଣା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.