ppurohit

ଓକିଲଙ୍କ ବିରୁଦ୍ଧରେ ମିଥ୍ୟା ମାମଲା ରୁଜୁ ପ୍ରତିବାଦରେ କୋର୍ଟ ଓ ତହସିଲ କାର୍ଯ୍ୟାଳୟ ବନ୍ଦ

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଓକିଲ ସଂଘର ବରିଷ୍ଠ ଆଇନଜୀବୀ ରାଧେଶ୍ୟାମ ସାହୁଙ୍କ ବିରୁଦ୍ଧରେ ଏକ ମିଥ୍ୟା ତଥା କପୋଳକଳ୍ପିତ ରିପୋର୍ଟ ଉପରେ ସଇଁନ୍ତଳା ଥାନାରେ ଏଟ୍ରେ।ସିଟି ମାମଲା ରୁଜୁ ହୋଇ ଥିବାରୁ ତାର ପ୍ରତିବାଦରେ ଆଜି ସଇଁନ୍ତଲା ଓକିଲ ସଂଘ କୋର୍ଟ ଓ ତହସିଲ କାର୍ଯ୍ୟାଳୟ ବନ୍ଦ କରିଥିଲେ । ସଇଁନ୍ତଲା ଓକିଲ ସଂଘର କାର୍ଯ୍ୟାଳୟ ଆନ୍ଦୋଳନକୁ ଜିଲ୍ଲାର ସମସ୍ତ ଓକିଲ ସମର୍ଥନ କରିଥିବା କୁହାଯାଇଛି । ଏହି ଆନ୍ଦୋଳନରେ ଓକିଲ ସଂଘର ସଭାପତି ହୀଯକ୍ଷ ତାଣ୍ଡି, ସମ୍ପାଦକ ଫିରୋଜ ବଗର୍ତ୍ତି, କୋଷାଧ୍ୟକ୍ଷ ଜପେଶ୍ୱର ଯାନୀ, ଦିଲୀପ ରାଜପଲିଆ, ସୁରେନ୍ଦ୍ର ନନ୍ଦ, ସତ୍ୟ ନାରାୟଣ ସାହୁ, ଦ୍ରୋପଦୀ ପାତ୍ର, ଜୋଷ୍ଣ। ବାଗ, ମନୋରଞ୍ଜନ ପାଣିଗ୍ରାହୀ, ଗୋକୁଳ ସୁନା, ପ୍ରଦୀପ ମାଝୀ, ଶିବ ବାରିକ, ମାନସ ରଣା, ହିମାଂଶୁ ଦାସ ଓ ଅନ୍ୟାନ୍ୟ ବରିଷ୍ଠ ଓକିଲମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.