ମାହାରପାଲି ପିଏଚ୍‌ସିରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ

  • ୧୨୦୮ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
  • ୪୮୨ ଜଣଙ୍କ ବିପି ଓ ସୁଗର ପରୀକ୍ଷା
  • ୧୦୩ ଜଣଙ୍କୁ ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆଜି ମାହାରପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚକ୍ଷୁ, ଚର୍ମ, ଦନ୍ତ, ପ୍ରସୂତୀ ସମେତ ଆହୁରି ଅନ୍ୟାନ୍ୟ ବିଭାଗର ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଏହି ଅବସରରେ ମୋଟ ୧୨୦୮ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ ହୋଇଥିବା ବେଳେ ୪୮୨ ଜଣଙ୍କ ବିପି ଓ ସୁଗର ପରୀକ୍ଷା କରାଯାଇଥିଲା । ତେବେ ଆୟୁଷ୍ମ।ନ ଭାରତ ଯୋଜନାରେ ୧୦୩ ଜଣଙ୍କୁ ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି ମେଳାକୁ ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଳିଙ୍ଗ ଉଦ୍‌ଘାଟନ କରିଥିବା ବେକେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ୩୪ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ବରିହ।, ବାଦୀମୁଣ୍ଡା ସରପଞ୍ଚ କିରଣ ସାହୁ, ସରଗାଡ଼ ସରପଞ୍ଚ ସରୋଜ ବେହେରା, ରତାଖଣ୍ଡି ସରପଞ୍ଚ ହିମାଞ୍ଚଳ ମେହେର, ତକିଡଡ।ର ସରପଞ୍ଚ ଦୀପାଞ୍ଜଳୀ ସାଏ, ବାଦୀମୁଣ୍ଡା ସମିତି ସଭ୍ୟା ଦୁକାନ୍ତି ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡିଆ, ବଲାଙ୍ଗିର ଏଡ଼ିଏମଓ ଦିବ୍ୟଶଙ୍କର ପତି ମଧ୍ୟ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ମାହାରପାଲି ପିଏଚ୍‌ସିଓ ଲୋଇସିଂହା ସିଏଚ୍‌ସିର ଭାରପ୍ରାପ୍ତ ଅଧିକାରୀ ଡ଼ ଶେଖର ଲାଲ ପଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡ଼ ସୁଚିଶ୍ମିତା ମହାନ୍ତି, ଡ଼ ସଂଜୀବ ବିଶ୍ୱାଳ, ଡ଼ ଯଶୋବନ୍ତ ପାଢ଼ୀ, ଡ଼ ଅରବିନ୍ଦ କାଳସଏ, ଡ଼ ଶୁଭେନ୍ଦୁ ପଧାନ, ଡ଼ ମିରାଣନ ସାଏ, ଡ଼ ରଶ୍ମିରଞ୍ଜନ ପଧାନ, ଡ଼ ମହେଶ୍ୱତା ପଣ୍ଡା ପ୍ରମୁଖ ବିଭିନ୍ନ ବିଭାଗର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ସନ୍ତୋଷ ଦୋରା, ପିଏଚ୍‌ଇଓ ରଣେଶ ସାହୁ, ଫାର୍ମାସିଷ୍ଟ ସରୋଜ ସାହୁ ଓ ରାଧେଶ୍ୟାମ ସାହୁ ଔଷଧ ବଣ୍ଟନ କରିଥିଲେ । ଏହି ଅବସରରେ ସିଡିପିଓ ପ୍ରଜ୍ଞାରାଣୀ ବାରିକଙ୍କ ତତ୍ତ୍ୱାବଧାନରେ ଖାଦ୍ୟ ସଚେତନତା ପ୍ରଦର୍ଶନୀ ହୋଇଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ମେଳାକୁ ପରିଚାଳନାରେ ବାଦୀମୁଣ୍ଡା ଗ୍ରାମ ପଂଚାୟତ, ଡାଙ୍ଗ ବାହାଲ ସତ୍ୟସାଇ ଭଜନ ମଣ୍ଡଳୀ, ସ୍ୱୟଂ ସହାୟିକା ମହିଳା ଦଳ, ଅଞ୍ଚଳର ସମସ୍ତ ଅଙ୍ଗନବାଡି ଓ ଅଶାକର୍ମୀ ସମେତ ମାହାରପାଲି ପିଏଚ୍‌ସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.