oom

ମହିଳା ମହବିଦ୍ୟାଳୟରେ ସ୍ୱାଗତୋତ୍ସବ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ନୂତନ ଛାତ୍ରୀଙ୍କ ଉଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ (ସଭାପତି) ଅନୁଷ୍ଠିତ ସାଧାରଣ ସଭାରେ କୋଭିଡ ନିୟମକୁ ମାନି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏ ଅବସରରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତୟାମୀ ପଣ୍ଡା ଯୋଗ ଦେଇଥିଲେ । ଅଧ୍ୟକ୍ଷା ପଦ୍ମିନୀ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରି କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଛାତ୍ରୀମାନଙ୍କ ଶୁଭାର୍ଶିବାଦ କାମନା କରିଥିଲେ । ଶେଷରେ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ସୁନୀଲ କୁମାର ନନ୍ଦ, ସାଗର ପଧାନ, ନୀତେଶ ତାଣ୍ଡି, ନେପାଲ ପଧାନ, ଅଙ୍କିତା ବାବୁ, ନିଳୀମା ନାୟକ ଏବଂ ସହକର୍ମୀ ବୃନ୍ଦ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ, ପ୍ରଦୀପ କୁମାର ମିଶ୍ର, ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା, କାଲୁ କୁମ୍ଭାର, ଆନନ୍ଦ ବେହେରା, ତ୍ରିପୁରା ବେହେରା ସହଯୋଗ କରିଥିଲେ । ଅଧିବେଶନର ସମାପ୍ତି ପରେ ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.