ବଲାଙ୍ଗିର ପୌର ପରିଷଦର ନୂତନ ଇଓ ଡ. ପୁଷ୍ପାଂଜଳିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡ. ପୁଷ୍ପାଂଜଳି ପଣ୍ଡାଙ୍କୁ ଆଜି ପୌର ପରିଷଦର ସଭାଗୃହରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଉପାଧ୍ୟକ୍ଷା ଶ୍ରୀମତୀ ଗାୟତ୍ରୀ ଭୋଇ ନୂତନ ଇଓଙ୍କୁ ପୁଷ୍ପଗୁଛ ଏବଂ ଉପଢୌକନ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ଅବସରରେ ଏକ ସଭାର ଆୟୋଜନ ହୋଇଥିବା ବେଳେ ଏଠାରେ ପୌର ପରିଷଦ ଅଧ୍ୟକ୍ଷାଙ୍କ ସହ ସମସ୍ତ କାଉନ୍‌ସିଲର୍‌ ତଥା ପୌର ପରିଷଦ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଡ. ପୁଷ୍ପାଂଜଳି ପଣ୍ଡା ବଲାଙ୍ଗିର ତହସିଲ୍‌ଦାର ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ପୌର ପରିଷଦର ଇଓ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଡ. ପୁଷ୍ପାଂଜଳି ସ୍ୱାଗତ ସମ୍ବର୍ଦ୍ଧନାର ପ୍ରତିଉତ୍ତରରେ କହିଛନ୍ତି ଯେ, ସହରର ଉନ୍ନତି ପାଇଁ ସେ ନିଜ ଦାୟିତ୍ୱ ଅନୁସାରେ ସମର୍ପିତ ଭାବେ କାର୍ଯ୍ୟ କରିବେ । ଏଥିପାଇଁ ସେ ସମସ୍ତ ପୌର ପରିଷଦର ସଦସ୍ୟମାନଙ୍କ ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.