lika

ଶିକ୍ଷକ ସଂଘ ତରଫରୁ ଏବିଇଓଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା

gbag

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବରେ ସିନାପାଲିରେ ଯୋଗଦାନ କରିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଭାତ କୁମାର ପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଛି । ଶନିବାର ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସ୍ୱାଗତ ସମ୍ୱର୍ଦ୍ଧନାରେ ଜିଲ୍ଲା ଶିକ୍ଷକ ସଂଘ ସଭାପତି ଯଶୋବନ୍ତ ପଣ୍ତା, ଉପସଭାପତି ଭରତ ବାଗ, ସଂପାଦକ ଧନୁ ବାଗ, ଯୁଗ୍ମସଂପାଦକ ହୃଦାନନ୍ଦ ମେହେର, ଖଡ଼ିଆଳ ବ୍ଲକ ସଭାପତି ରୂପା ବାଗ, ସଂପାଦକ ଚଂଦ୍ର କୈବର୍ତ୍ତ, ସିନାପାଲି ବ୍ଲକ ସଭାପତି ପ୍ରସନ୍ନ ମାଝୀ, ଉପସଭାପତି ଅରୁଣ ଯୋଷୀ, ସଂପାଦକ ବୈଷ୍ଣବ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶିକ୍ଷା ଓ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନକୁ ନେଇ ଶିକ୍ଷକ ନେତୃମଣ୍ତଳୀ ଓ ଏବିଇଓଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

babaa
Leave A Reply

Your email address will not be published.