ବଲାଙ୍ଗିର ପହଞ୍ଚିଲା କୋସଲ ସ୍ୱାଭିମାନ ପଦଯାତ୍ରା : ବିଭିନ୍ନ ସଂଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋସଲ ସ୍ୱାଭିମାନ ଯାତ୍ରା ଆଜି ସକାଳୁ ବଲାଙ୍ଗିର ସହରକୁ ପହଞ୍ଚିଛି । ଏହି ଅବସରରେ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ ମିଶ୍ରଙ୍କ ନେତୃତ୍ୱରେ ବଲାଙ୍ଗିରର ବିଭିନ୍ନ ସଂଗଠନ ସ୍ୱାଭିମାନ ଯାତ୍ରାକୁ ସ୍ୱାଗତ ସମ୍ବର୍ଦ୍ଧନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଅନ୍ୟାନ୍ୟ ପ୍ରସଙ୍ଗରେ କୋସଲାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ଭେଦଭାବକୁ କୋସଲ ଯୁବା ସମନ୍ୱୟ ସମିତି ଦୃଢ ନିନ୍ଦା କରିବା ସହ ଅଂଚଳବାସୀଙ୍କୁ ରାଜ୍ୟ ସରକାରଙ୍କ ଛଳନା ବିରୁଦ୍ଧରେ କୋସଲ ସ୍ୱାଭିମାନ ଯାତ୍ରାର ଡାକରା ଦେଇଥିଲା । ଜନଜାଗରଣ ଉଦ୍ଦେଶ୍ୟରେ ଗତ ୨୩ ତାରିଖରେ ଭବାନୀପାଟଣା ସ୍ଥିତ ମାଣିକେଶ୍ୱରୀ ମନ୍ଦିରରୁ ପଦ ଯାତ୍ରା ବାହାରି ୨୮ ତାରିଖ ବରଗଡ ଗାନ୍ଧୀଛକରେ ସମାପ୍ତ ହେବା କାର୍ୟ୍ୟକ୍ରମ ରହିଛି । ସେହି କ୍ରମରେ ଆଜି ସକାଳୁ ପଦଯାତ୍ରା ବଲାଙ୍ଗିର ପହଞ୍ଚିଛି । ପଦଯାତ୍ରାକୁ କୋସଲ ସମନ୍ୱୟ ସମିତି, କୋସଲ ସିନିଅର ସିଟିଜେନ୍‌ ଓ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଭବ୍ୟ ସ୍ୱାଗତ କରାଯିବା ସହ ସହର ପରିକ୍ରମା କରାଯାଇଛି । ବଲାଙ୍ଗିରରେ ମଧ୍ୟାହ୍ନ ଭୋଜନ ପରେ ପଦଯାତ୍ରା ବରଗଡ ଅଭିମୁଖେ ବାହାରିବା ନେଇ ସୂଚନା ରହିଛି ।

Leave A Reply

Your email address will not be published.